Pratidin TV

Odisha's Digital News Platform

ଦିଲ୍ଲୀ ମେଟ୍ରୋରେ ବୁଲିଲେ ରାଷ୍ଟ୍ରପତି , ସାମ୍ନାକୁ ଆସିଲା ଭିଡିଓ..

1 min read

ମେଟ୍ରୋରେ ବୁଲିଲେ ମହାମହିମ ରାଷ୍ଟ୍ରପତି । କେବଳ ଯାତ୍ରା କରିନାହାନ୍ତି । ସେହି ମେଟ୍ରୋରେ ଯାତ୍ରା କରୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ସହିତ କଥା ହୋଇଛନ୍ତି । ତା ସହିତ ଲୋକମାନଙ୍କର ସମାସ୍ୟା କଥା ବୁଝୁଛନ୍ତି ଦ୍ରୌପଦୀ ମୁର୍ମୁ । ଯାହାର ଭିଡିଓ ବର୍ତ୍ତମାନ ସୋଶିଆଲ ମିିଡିଆରେ ଭଆଇରଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ରାଷ୍ଟ୍ରପତି ମେଟ୍ରୋ ସିଟ୍ ରେ ବସିଥିବାର ନଜର ଆସିଛନ୍ତି । ତାଙ୍କ ସହିତ ତାଙ୍କର ସୁରକ୍ଷା କର୍ମୀ ମାନେ ତାଙ୍କ ଘେରି ଛିଡା ହୋଇଥିବା ଦେଖିବାକୁ ମିଳିଛି ।

ମେଟ୍ରୋରେ ଯାତ୍ରା ସମୟରେ ଡିଆରଏମସି ର ଉଚ୍ଚ ଅଧିକାରୀ ରାଷ୍ଟ୍ରପତିଙ୍କୁ ମେଟ୍ରୋ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରୁଛନ୍ତି । ଏହା ସହ ରାଷ୍ଟ୍ରପତି ମଧ୍ୟ ମେଟ୍ରୋ ଅଧିକାରୀଙ୍କୁ ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କର ଏହି ଭିଡିଓରେ ରାଷ୍ଟ୍ରପତି ହଳଦିଆ ରଙ୍ଗର ଶାଢୀ ଏବଂ ଏକ ମଷ୍ଟାର୍ଡ ରଙ୍ଗର ସ୍ୱେଟର ପିନ୍ଧି ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଦିଲ୍ଲୀର ସାଧାରଣ ଲୋକଙ୍କ ସହ ଆଲୋଚନା କରିବା ସେମାନଙ୍କ ସମସ୍ୟା ଓ ସୁବିଧା ସମ୍ପର୍କରେ ଜାଣିବା ପାଇଁ ଏଭଳି ମେଟ୍ରୋରେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତି ଙ୍କ ଭଳି ପୂର୍ବରୁ ପ୍ରଧାନ ମନ୍ତ୍ରୀ ମଧ୍ୟ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *