କେନ୍ଦ୍ର କ୍ୟାବିନେଟ୍କୁ ରାଷ୍ଟ୍ରପତି ଦେବେ ବିଦାୟୀ ଡିନର..
1 min read। ତେବେ ଆମ ଦେଶରେ ଏହି ପରମ୍ପରା ରହି ଆସିଛି କି ପ୍ରତି ଲୋକସଭା କାର୍ଯ୍ୟକାଳ ସମାପ୍ତି ପରେ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଦାୟୀ କେନ୍ଦ୍ର କ୍ୟାବିନେଟଙ୍କୁ ବିଦାୟୀ ଡିନର ଲାଗି ଆମନ୍ତ୍ରଣ କରାଯାଇଥାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ପରମ୍ପରା କୁ ପାଳନ କରିବେ ।
ଶେଷ ହୋଇଯାଇଛି ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟ ମତଦାନ । ଜୁନ୍ ୪ରେ ଫଳାଫଳ ଆସିଯିବ । ଏହାର ପରବର୍ତ୍ତୀ ଦିନ ଅର୍ଥାତ୍ ଜୁନ୍ ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ବିଶିଷ୍ଟ ମନ୍ତ୍ରୀ ପରିଷଦକୁ ବିଦାୟୀ ଡିନର ଦେବେ । ଏହି ଭୋଜିର ଆୟୋଜନ ରାଷ୍ଟ୍ରପତି ଭବନରେ ରାତି ୮ରୁ ଆରମ୍ଭ ହେବ ବୋଲି ଜଣାପଡିଛି । ଏଠାରେ ସୂଚାଇ ଦିଆଯାଇପାରେ କି ସପ୍ତଦଶ ଲୋକସଭା କାର୍ଯ୍ୟକାଳ ୧୬ ଜୁନ୍ ୨୦୨୪ରେ ଶେଷ ହେବାକୁ ଯାଉଛି । ଅର୍ଥାତ୍ ୧୬ ଜୁନ୍ ପୂର୍ବରୁ ନୂଆ ସରକାର ଗଠନ ହେବ । 18ତମ ସରକାରର ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଯିବ ,
। ତେବେ ଆମ ଦେଶରେ ଏହି ପରମ୍ପରା ରହି ଆସିଛି କି ପ୍ରତି ଲୋକସଭା କାର୍ଯ୍ୟକାଳ ସମାପ୍ତି ପରେ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଦାୟୀ କେନ୍ଦ୍ର କ୍ୟାବିନେଟଙ୍କୁ ବିଦାୟୀ ଡିନର ଲାଗି ଆମନ୍ତ୍ରଣ କରାଯାଇଥାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ପରମ୍ପରା କୁ ପାଳନ କରିବେ ।