Pratidin TV

Odisha's Digital News Platform

ରଥରେ ବଡ ଠାକୁରକୁ ଦର୍ଶନ କରିବାକୁ ଧାଇଁ ଆସିଛନ୍ତି ମହାମହିମ ।

1 min read

ଭକ୍ତ ଓ ଭଗବାନଙ୍କର ହୋଇଛି ମହାମିଳନ । ନିଜର କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବାପାଇଁ ବଡ ଦାଣ୍ଡକୁ ଓହ୍ଲାଇଛନ୍ତି ଭକ୍ତ । ଏଭଳି ଅବସରକୁ ନିଜ ହାତରୁ ଯିବାକୁ ଦେଇ ନାହାନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ର୍ମୁମୁ । ରଥରେ ତିନି ଠାକୁରଙ୍କୁ ଖୋଲା ଆକାଶତଳେ ମନ ପୁରାଇ ଦେଖିବାକୁ ଧାଇଁ ଆସିଛନ୍ତି ରାଷ୍ଟ୍ରପତି ।

ତେବେ କେବଳ ରାଷ୍ଟ୍ରପତି କାହିଁକି ଜଗାର ଡୋରୀରେ ବାନ୍ଧିହୋଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ,୨ ଉପମୁଖ୍ୟମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ମଧ୍ୟ ଧାଇଁ ଆସିଛନ୍ତି ବଡ ଦାଣ୍ଡକୁ । ତେବେ ରାଷ୍ଟ୍ରପତିଙ୍କ ପାଇଁ ବଡ ଦାଣ୍ଡରେ ଅନ୍ୟତ୍ର ବ୍ୟବସ୍ଥା କରାଯାଇଛି । ଯେଉଁଠି ବସି ସେ ପୁରା ରଥଯାତ୍ରାକୁ ନିଜ ସ୍ୱ-ଚକ୍ଷୁରେ ଦେଖିପାରିବେ ।

Leave a Reply

Your email address will not be published. Required fields are marked *