ରାଷ୍ଟ୍ରପତି ଭବନରେ ୨ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି
1 min read୨ ଓଡ଼ିଆଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ | ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରିଛନ୍ତି ସମ୍ମାନିତ | ପଦ୍ମଶ୍ରୀରେ ସମ୍ମାନିତ ହେଲେ ଦୁଇ ଓଡ଼ିଆ ଭାଗବତ ପ୍ରଧାନ ଓ ବିନୋଦ ମହାରଣା |
ସୂଚନା ଅନୁଯାୟୀ ଗୁରୁବାର (ମେ ୯ ) ଦିନ ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ହୋଇଥିଲା ପଦ୍ମ ପୁରସ୍କାର ସ୍ୱତନ୍ତ୍ର ସମାରୋହ | ପଦ୍ମ ପୁରସ୍କାର ପ୍ରଦାନ କରୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ପୁରସ୍କାର ପାଇବା ଲାଗି କେବଳ କଳାକ୍ଷେତ୍ରରେ ୪ ଓଡ଼ିଆ ମନୋନୀତ ହୋଇଥିଲେ । ଗଞ୍ଜାମର ୧୦୬ ବର୍ଷୀୟ ଲୋକକଳା କୃଷ୍ଣଲୀଳାର ସଂଗୀତ ଗାୟକ ଗୁରୁ ଗୋପୀନାଥ ସ୍ୱାଇଁ ଓ ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ ବିନୋଦ କୁମାରଙ୍କୁ ଗତ ଏପିଲ ୨୨ ରେ ଅନୁଷ୍ଠିତ ହୋଇଥିବା ପଦ୍ମଶ୍ରୀ ପୁରସ୍କାର ସମାରୋହରେ ସମ୍ମାନିତ କରାଯାଇଥିଲା |
ବର୍ତ୍ତମାନ ଦୁଇ ଓଡ଼ିଆଙ୍କ କରାଯାଇଛି ପଦ୍ମଶ୍ରିରେ ସମ୍ମାନିତ | ସେମାନେ ୨ ଓଡ଼ିଆ ହେଉଛନ୍ତି ପାରମ୍ପରିକ ପଟ୍ଟଚିତ୍ର ଓ ତାଳପତ୍ରରେ ଖୋଦେଇ କରିବାରେ ବେଶ୍ ଜଣାଶୁଣା ବିନୋଦ ମହାରଣା। ଅନ୍ୟ ଜଣେ ହେଉଛନ୍ତି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପଧାନ | ‘ଶବ୍ଦ ନୃତ୍ୟ’ ପାଇଁ ସାଧନା କ୍ଷେତ୍ରରେ ଭାଗବତଙ୍କୁ ସମ୍ମାନିତ କରାଯାଇଛି।