Pratidin TV

Odisha's Digital News Platform

ଆଜି ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି, ୨ଦିନ ରହି ଏହିସବୁ କାର୍ଯ୍ୟକ୍ରମରେ ହେବେ ସାମିଲ..

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବା ସହ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନର ସେ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।ଆଜି ନୂଆଦିଲ୍ଲୀରୁ ବାହାରି ପ୍ରଥମେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବାୟୁସେନା ବିମାନଘାଟିରେ ଅବତରଣ କରିବ ମ୍ୟାଡମ ପ୍ରେସିଡେଣ୍ଟଙ୍କ ବିମାନ । ସେଠୁ ବାୟୁସେନାର ସ୍ୱତନ୍ତ୍ର ହେଲିକପଟରରେ ଦିନ ୧୧ଟାରେ ବାରିପଦାରେ ଓହ୍ଲାଇବେ ଦେଶର ପ୍ରଥମ ନାଗରିକ । ଅଖିଳ ଭାରତ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦେବେ । ପରେ କୁଳିଅଣାଠାରେ ଏକଲବ୍ୟ ବିଦ୍ୟାଳୟର ଶୁଭାରମ୍ଭ କରିବେ ।

ଅପରାହ୍ନରେ ରାଇରାଙ୍ଗପୁର ଗସ୍ତ କରି ସେଠାରେ କିଛି ଲୋକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ନିଜ ବାସଭବନରେ ରାତ୍ରିଯାପନ କରିବେ ମହାମହିମ । ୨୧ ତାରିଖରେ ପାହାଡପୁରରେ ଏସ୍‌ଏଲ୍‌ଏସ୍ ବିଦ୍ୟାଳୟରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରିବେ । ଏହାପରେ ଯିବେ ବାଦାମପାହାଡ ।ରାଷ୍ଟ୍ରପତି ବାଦାମପାହାଡ ରେଳ ଷ୍ଟେସନରୁ ୩ଟି ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ଟ୍ରେନ ଯୋଗେ ଲୋକଙ୍କ ସହ ଆସିବେ ରାଇରଙ୍ଗପୁର । ୩୨ କିଲୋମିଟର ଟ୍ରେନରେ ଯାତ୍ରା କରିବା ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ମୁତୟନ ହେବେ ୩୩ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ । ଯେଭଳି କୌଣସି ବିଭ୍ରାଟ ନହୁଏ ସେଭଳି ପ୍ରସ୍ତୁତି ଓ ବ୍ୟବସ୍ଥା କରିଛି ଜିଲ୍ଲା ଓ ପୋଲିସ ପ୍ରଶାସନ ।

Leave a Reply

Your email address will not be published. Required fields are marked *