Pratidin TV

Odisha's Digital News Platform

ଜନ୍ମାଷ୍ଟମୀର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ …

1 min read

ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟରାତ୍ରିରେ ଜନ୍ମ ନେବେ କଳା କହ୍ନେଇ । ଦ୍ବାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। ସେହି ଦିନକୁ କୃଷ୍ଣ ତନ୍ମ ବା ପବିତ୍ର ଜନ୍ମାଷ୍ଟମୀ ରୂପେ ପାଳନ କରାଯାଉଛି । ଯାହାକୁ ନେଇ ଚଳଚଞ୍ଚଳ ପୁର ଠୁ ପଲ୍ଲୀ । ଏହି ଅବସରରେ  ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଟ୍ବିଟ କରି କହିଛନ୍ତି, ”ଜନମାଷ୍ଟମୀଙ୍କ ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ପର୍ବ ଆମକୁ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଦର୍ଶ ପ୍ରତି ଉତ୍ସର୍ଗୀକୃତ ହେବାକୁ ପ୍ରେରଣା ଯୋଗାଇଥାଏ । ଆସନ୍ତୁ ଏହି ପବିତ୍ର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାକୁ ଅନୁସରଣ କରିବା ଓ ଦେଶର ପ୍ରଗତି ଏବଂ ସମୃଦ୍ଧତା ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ନେବା ।

Advertisement

‘ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଟ୍ବିଟ କରି ଲେଖିଛନ୍ତି, ”ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ମୋର ଶୁଭେଛା । ଜୟ ଶ୍ରୀକୃଷ୍ଣା ।”

ଜନ୍ମାଷ୍ଟମୀ ଅବସରରେ ରାଜ୍ୟପାଳ ରଘୁବର ଦାସ ଟ୍ବିଟ କରି କହିଛନ୍ତି, ”ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମୋ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁଙ୍କ କରୁଣା ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ଭରି ଦେଉ । ଏଥି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।”

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ବିଟ କରି କହିଛନ୍ତି, ”ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ, ଏତିକି ପ୍ରାର୍ଥନା। ” ଜୟ ଶ୍ରୀକୃଷ୍ଣ …

Leave a Reply

Your email address will not be published. Required fields are marked *