Pratidin TV

Odisha's Digital News Platform

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ , ବଖାଣିଲେ ଓଡିଆ ଅସ୍ମିତର କାହାଣୀ …

1 min read

ଆଜି ପବିତ୍ର ଉତ୍କଳ ଦିବସ । ପ୍ରତ୍ୟକ ଓଡିଆ ପାଇଁ ଆଜି ହେଉଛି ଗର୍ବର ଦିନ । କାରଣ ୧୯୩୬ ମସିହା ଆଜିର ଦିନରେ ଆମ ରାଜ୍ୟ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବରେ ଦେଶର ମାନଚିତ୍ରରେ ସ୍ଥାନ ପାଇଥିଲା ଉତ୍କଳ ପ୍ରଦେଶ । ଆଜି ଏହି ପବିତ୍ର ଦିବସ ଅବସରରେ ଓଡିଶା ବାସୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।

ଉତ୍କଳ ଦିବସ ଅବସରରେ ଟ୍ୱିଟ କରି ରାଷ୍ଟ୍ରପତି କହିଛନ୍ତି, ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଟ୍ୱିଟ କରି କହିଛନ୍ତି, “ଓଡିଶା ଦିବସ ଅବସରରେ ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଓଡ଼ିଶା ତା’ର ବିପୁଳ ପ୍ରାକୃତିକ ସମ୍ପଦ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ସୁପରିଚିତ । ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାର ସାମର୍ଥ୍ୟ ବହନ କରୁଥିବା ଓଡ଼ିଶାର ଜନସାଧାରଣଙ୍କର ରାଜ୍ୟ ତଥା ଦେଶର ବିକାଶରେ ବଡ଼ ଅବଦାନ ରହିଛି । ଶତାବ୍ଦୀ ଶତାବ୍ଦୀ ଧରି ଆଧୁନିକ ଭାରତର ନିର୍ମାତାମାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି ଓଡ଼ିଶା । ଅଧିକରୁ ଅଧିକ ସଫଳତା ଓ ସମୃଦ୍ଧି ପାଇଁ ରାଜ୍ୟ ଓ ରାଜ୍ୟବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ, ଏହା ମୋର ଆନ୍ତରିକ କାମନା ” ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡିଆରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, “ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ! ଏହି ଦିନ ଆମକୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଏବଂ କର୍ମତତ୍ପର ଜନସାଧାରଣଙ୍କ ବିଷୟରେ ସ୍ମରଣ କରାଇଥାଏ । ରାଷ୍ଟ୍ରର ପ୍ରଗତିରେ ରାଜ୍ୟର ଉଲ୍ଲେଖନୀୟ ଯୋଗଦାନ ରହିଛି । ମୁଁ ଓଡ଼ିଶାବାସୀଙ୍କ ସଫଳତା ଓ ସମୃଦ୍ଧି କାମନା କରୁଛି ।”

ସେହିପରି ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ’ “ସବୁ କ୍ଷେତ୍ରରେ ଓଡ଼ିଶା ଲେଖୁଛି ଏକ ଗରିମାମୟ ଇତିହାସ । ପ୍ରତିଟି ଓଡ଼ିଆଙ୍କ ପ୍ରତିବଦ୍ଧତାରେ ଓଡ଼ିଶା ହୋଇଛି ସମୃଦ୍ଧ । ରୂପାନ୍ତରଣର ଏ ଯୁଗ ସହ ତାଳ ଦେଇ ବିକଶିତ ଓଡ଼ିଶା ଗଠନ କରିବା ହେଉଛି ଓଡ଼ିଆର ସଙ୍କଳ୍ପ । ଏହି ଓଡ଼ିଶା ଦିବସରେ ଆସନ୍ତୁ ଆମ ଅସ୍ମିତା ଓ ସ୍ୱାଭିମାନକୁ ଆହୁରି ବଳିଷ୍ଠ କରି ‘ବିକଶିତ ଓଡ଼ିଶା’ ଗଢ଼ିବା ଦିଗରେ ଆଗକୁ ବଢ଼ିବା ।”

Leave a Reply

Your email address will not be published. Required fields are marked *