Pratidin TV

Odisha's Digital News Platform

ସରିଲା ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡିଶା ଗସ୍ତ : ‘ମେହେର’ ସୋ ରୁମ୍‌ରୁ ୬ ଖଣ୍ଡ ଶାଢୀ କିଣି ଫେରିଗଲେ ଦିଲ୍ଲୀ …

1 min read

ଭୁବନେଶ୍ୱର : ଶେଷ ହେଲା ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡିଶା ଗସ୍ତ । ଆଜି ପୁଣି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହରି ସିଧା ବିମାନବନ୍ଦର ଯାଇଥିଲେ ମହାମହିମ । କଟକ ଓ ଭୁବନେଶ୍ୱରର ସେ ଗତ ୩ ଦିନ ଧରି ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇ ଶେଷରେ ଦିଲ୍ଲୀ ଫେରିଯାଇଛନ୍ତି । କିନ୍ତୁ ଫେରିବା ସହ ସାଙ୍ଗରେ ଧରି ଯାଇଛନ୍ତି ଓଡିଶାର କିଛି ସ୍ମୃତି । ଆଉ ସେଇ ସ୍ମୃତି ହେଉଛି କୁନି କୁନି ଛୁଆମାନଙ୍କ ଚିତ୍ର , କଟକବାସୀଙ୍କ ଉପହାର ଆଉ ଶେଷରେ ଭୁବନେଶ୍ୱର ମେହେର ସୋ ରୁମରୁ ଖଣ୍ଡ ଶାଢ଼ି ଓ ୬ ଖଣ୍ଡ ସୁଟ୍ ପିସ୍ କିଣି ଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି ।

ପ୍ରେସିଡେଣ୍ଟଙ୍କ ଅଫିସରୁ ଫୋନ୍ ପାଇ ମଙ୍ଗଳବାର ରାତିରେ ସୋ’ ରୁମ୍ ମ୍ୟାନେଜର ଓ ଆଉ ଜଣେ କର୍ମକୃର୍ତ୍ତା ରାଜଭବନରେ ପହଞ୍ଚିଥିଲେ । ପାଖାପାଖି ୩୫ ଖଣ୍ଡ ଶାଢୀ ମଧ୍ୟରୁ ୬ଟି ଶାଢ଼ି ପସନ୍ଦ କରିଥିଲେ ରାଷ୍ଟ୍ରପତି ଓ ତାଙ୍କ ଝିଅ ।

Advertisement

Leave a Reply

Your email address will not be published. Required fields are marked *