Pratidin TV

Odisha's Digital News Platform

ଜଗନ୍ନାଥଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ  ଯୋଗ ଦେବେ ରାଷ୍ଟ୍ରପତି ..

1 min read

ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୦୨୫ ମସିହା ଫେବୃଆରୀ ୨ ତାରିଖରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଦିଲ୍ଲୀ ନୋଏଡାର ସେକ୍ଟର ୧୨୧ ସ୍ଥିତ ମନ୍ଦିର ପରିସରରେ ଅନୁଷ୍ଠିତ ହେବା ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଯୋଗ ଦେବାକୁ ମୌଖିକ ପ୍ରତିଶୃତି ପ୍ରଦାନ କରିଥିବା ମନ୍ଦିର ପରିଚାଳନା ସମିତି କହିଛି। ମନ୍ଦିର ପରିଚାଳନା କରୁଥିବା ଶ୍ରୀ ଜଗନ୍ନାଥ ସମିତି ତରଫରୁ ନିକଟରେ ରାଷ୍ଟ୍ରପତି ଭବନରେ ଶ୍ରୀମତୀ ମୁର୍ମୁଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। 

ନୋଏଡାଠାରେ ମହାପ୍ରଭୁଙ୍କର ଏକ ବିଶାଳ ଓ ଭବ୍ୟ ମନ୍ଦିର ନିର୍ମାଣ ହେଉଥିବା ବିଷୟ ଜାଣି ଶ୍ରୀମତୀ ମୁର୍ମୁ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ପ୍ରାଣ ପ୍ରତିଷ୍ଠା ପର୍ବରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟକର୍ତ୍ତାର ଦାୟିତ୍ୱ ନିର୍ବାହ କରିବେ। ଏହି ପବିତ୍ର ଉତ୍ସବ ଉପଲକ୍ଷେ ସେଦିନ ବଢ଼ି ଭୋରରୁ ମନ୍ଦିରରେ ବିଭିନ୍ନ ପ୍ରକାରର ପୂଜା, ରୀତିନୀତି ଓ ଉପଚାର ବୈଦିକ ପରମ୍ପରା ମୁତାବକ ସମ୍ପନ୍ନ କରାଯିବ। ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ସବାଶେଷରେ ଦିଅଁମାନଙ୍କର ପ୍ରାଣ ପ୍ରତିଷ୍ଠା ଅଧିବେଶନ ସମାପନ କରାଯିବା ପାଇଁ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ୨୦୨୫ ମସିହା ଜାନୁୟାରୀ ୨୯ ତାରିଖଠାରୁ ଆରମ୍ଭ ହୋଇ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୫ ଦିନିଆ ଧାର୍ମିକ ମହୋତ୍ସବରେ ଭାରତ ବର୍ଷର ବିଭିନ୍ନ ଦେବସ୍ଥାନ ଅଯୋଧ୍ୟା, ହରିଦ୍ଵାର, ଋଷିକେଶ, ପୁରୀ ଏବଂ ବାରଣାସୀ ଆଦି କ୍ଷେତ୍ରରୁ ସାଧୁ, ସନ୍ଥ ଓ ମହାତ୍ମାଙ୍କ ଭଳି ହିନ୍ଦୁ ଧର୍ମର ମହାପୁରୁଷମାନେ ଯୋଗ ଦେବେବୋଲି ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *