Pratidin TV

Odisha's Digital News Platform

ପୁରୀ ଆସିବେ ରାଷ୍ଟ୍ରପତି , କରିବେ ମହାପ୍ରଭୁଙ୍କର ଦର୍ଶନ …

1 min read

ପୁଣି ଥରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ମହାପ୍ରଭୃ ଜଗନ୍ନାଥଙ୍କ ଦର୍ଶନରେ ଆସୁଛନ୍ତି ବୋଲି ଜଣାପଡିଛି। ତେବେ ରାଷ୍ଟ୍ରପତି ଆସନ୍ତା ଅକ୍ଟୋବର 23 ତାରିଖରେ ତାଙ୍କ ନିଜ ଗାଁ ରାଇରଙ୍ଗପୁର ଆସି ସେଠାରେ ରାତ୍ରୀ ଯାପନ କରିବେ। ଏହାପରେ 24 ତାରିଖରେ ସେ ସିଧା ରାଇରଙ୍ଗପୁର ରୁ ହେଲିକପ୍ଟରରେ ପୁରୀ ଯିବେ।

ପୁରୀରେ ରାଷ୍ଟ୍ରପତି ସକାଳ ଧୂପ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ। ଏହାପରେ ରାଷ୍ଟ୍ରପତି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ। ସେଠାରୁ ସେ ପୁରୀ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ।

Advertisement

ଏହାପରେ ସେ ପୁରୀରୁ ଭୁବନେଶ୍ବର ଆସି ଓୟୁଏଟି ଉତ୍ସବରେ ଯୋଗଦେବେ। ସେହିପରି ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ବରର ନୂଆ ଜୁଡିସିଆଲ କଂପ୍ଲେକ୍ସର ଉଦଘାଟନ କରିବେ।

Leave a Reply

Your email address will not be published. Required fields are marked *