Pratidin TV

Odisha's Digital News Platform

ଦିଲ୍ଲୀରେ ଲାଗୁ ହେବ ରାଷ୍ଟ୍ରପତି ଶାସନ !

ଦିଲ୍ଲୀରେ ଲାଗୁ ହେବ ରାଷ୍ଟ୍ରପତି ଶାସନ | ବରଖାସ୍ତ ହେବେ ଅରବିନ୍ଦ କେଜ୍ରିୱାଲ! ଦିଲ୍ଲୀ ବିଜେପି କେଜ୍ରିୱାଲ ସରକାରଙ୍କୁ ବାରଖସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ ଦାବିରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦିଆଯାଇଛି | ତେବେ ଏହି ଖବରକୁ ନେଇ ଏବେ ଦେଶର ରାଜଧାନୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି | ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୋଟିଏ ପଦକ୍ଷପ ଦେଶର ରାଜଧାନୀ ଦିଲ୍ଲୀର ରାଜନୈତିକକୁ ମହଲକୁ ସରଗରମ କରିଛି | ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ବର୍ଖାସ୍ତ କରିବା ନେଇ ଚର୍ଚ୍ଚା ହେଉଛି | ତେବେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଚଳାଉଛନ୍ତି |

ଦିଲ୍ଲୀ ସରକାରଙ୍କ ବରଖାସ୍ତ ଦାବିରେ କିଛି ବିଜେପି ନେତା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେମାନେ ଉଲ୍ଲେଖ କରିଥିଲେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜେଲ୍ ଯିବା ପରେ ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି । ଯାହାକୁ ରାଷ୍ଟ୍ରପତି ଗମ୍ଭୀରତାର ସହ ଗ୍ରହଣ କରିବା ସହିତ କାଳେ ଗୃହ ମନ୍ତ୍ରାଳୟକୁ ଚିଠି ପଠାଇଛନ୍ତି । ରାଷ୍ଟ୍ରପତିଙ୍କ ସଚିବାଳୟ ବିଜେପି ବିଧାୟକଙ୍କ ଉକ୍ତ ଚିଠିକୁ ଗୃହ ସଚିବଙ୍କୁ ଦେଇଛନ୍ତି । ସେବେଠୁ ଚର୍ଚ୍ଚା ଜୋର ଧରିଛି |

ଅଗଷ୍ଟ ୩୦ରେ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ବିଜେନ୍ଦ୍ର ଗୁପ୍ତାଙ୍କ ସମେତ ଅନେକ ବିଜେପି ନେତା ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଦିଲ୍ଲୀ ସରକାରଙ୍କ ବ୍ୟବସ୍ଥା ଓ ଆର୍ଥିକ ସଙ୍କଟ ବିଷୟରେ ଏକ ଚିଠିପତ୍ର ମାଧ୍ୟମରେ ତାଙ୍କୁ ଅବଗତ କରାଇଥିଲେ । ଯାହାପରେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ଏନେଇ ଗୃହ ମନ୍ତ୍ରାଳୟ ତାର ଉତ୍ତରରେ କ’ଣ କହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଯଦି ଗୃହ ମନ୍ତ୍ରାଳୟ ପ୍ରସ୍ତବରେ ହଁ ଭରନ୍ତି ତାହାଲେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ମଦ ନୀତି ଠାରୁ ଆରମ୍ଭ କରି ୱାଟର ବୋର୍ଡରେ ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉପରେ ଏହି ଚିଠିରେ ଆଳୋକପାତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ବରାଖାସ୍ତର କରିବା ପାଇଁ ପ୍ରସ୍ତାବ ମଧ୍ୟ ରଖିଥିଲେ ବିଜେପି ବିଧାୟକ । ରାଷ୍ଟ୍ରପତି ମଧ୍ୟ ଏହାକୁ ଗୁରୁତର ସହ ନେଇ ଗୃହ ମନ୍ତ୍ରାଳୟକୁ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *