Pratidin TV

Odisha's Digital News Platform

ଓଡ଼ିଶା ମିରର୍ ଦଶମ ସ୍ଵନକ୍ଷତ୍ର ଉତ୍ସବ ପାଳନ

1 min read


ଭୁବନେଶ୍ୱର: ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ଓଡ଼ିଶା ମିରର୍ ଦଶମ ସ୍ଵନକ୍ଷତ୍ର ଉତ୍ସବ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ପାଳିତ ହେଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ରୋହିତ ପୂଜାରୀ ଯୋଗଦେଇ ଓଡ଼ିଶା ମିରର୍ ଓଡ଼ିଶାର ବିକାଶ କ୍ଷେତ୍ରରେ ଏକ ମାଧ୍ୟମ. ସାଧାରଣ ଲୋକଙ୍କ ସ୍ୱର ହେଇ ସମାସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିବା ବାସ୍ତବରେ ପ୍ରଶଂସନୀୟ ବୋଲି କହିଥିଲେ।

ମୁଖ୍ୟ ବକ୍ତା ଭାବରେ ପ୍ରଖ୍ୟାତ କଥାକାର ଡ. ଅଜୟ ସ୍ୱାଇଁ ଯୋଗଦେଇ କହିଲେ ପ୍ରତ୍ୟେକ ଦିନ ୬୦ଟି ଭାଷା ମରୁଛି, ଭାଷାକୁ ବଞ୍ଚାଇବା ପାଇଁ ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରକାଶିତ ସମ୍ବାଦର ଭାଷା ସବୁ ଶ୍ରେଣୀର ଲୋକେ ବୁଝିପାରିବାର ଆବଶ୍ୟକତା ରହିଛି। ତେବେ ଯାଇ ଭାଷା ବଞ୍ଚିପାରିବ।

ବିଶିଷ୍ଟ ଅତିଥି ଭାବରେ ରାଜନଗର ବିଧାୟକ ଧ୍ରୁବ ସାହୁ କହିଲେ ଡିଜିଟାଲ ଯୁଗରେ ଓଡ଼ିଶା ମିରର୍ ଦଶବର୍ଷ ଧରି ପ୍ରକାଶିତ ହେବା ଏକ ଉଦାହରଣ।ବିଶିଷ୍ଟ ଅତିଥି ନାଇଜର କୁଳସଚିବ ଡ. ଅଭୟ କୁମାର ନାୟକ ଛବିରାଣୀ ହତ୍ୟାକାଣ୍ଡ ପାଖରୁ ଆରମ୍ଭ କରି ସାମ୍ବାଦିକତା କ୍ଷେତ୍ରରେ ନୋବେଲ ଶାନ୍ତି ପୁରସ୍କାର ପର୍ଯ୍ୟନ୍ତ ବ୍ୟାଖ୍ୟା ବଖାଣିଥିଲେ। ବିଶିଷ୍ଟ ଅନୁବାଦିକା ପ୍ରଫେସର୍ ଡ.ଭେଦୁଲା ରାମଲକ୍ଷ୍ମି, ବିଶିଷ୍ଟ ଅତିଥି ଭାବରେ ଯୋଗଦେଇସମ୍ଭାଷଣ ମାଧ୍ୟମରେ ଓଡ଼ିଶା ମିରରକୁ ପ୍ରତିପାଦନ କରିବାକୁ ଯାଇ କହିଲେ ମିରର୍ କେବେ ମିଛ କ‌ହେ ନାହିଁ। ପୁଣି ଏହା ଓଡ଼ିଶାର ମିରର୍ ତେଣୁ ଓଡ଼ିଶାର ପ୍ରକୃତ ସତ୍ୟକୁ ସଫଳ ଭାବେ ଉପସ୍ଥାପନ କରିପାରୁଛି। ତାପରେ ପୁଣି କହିଥିଲେ ଯିଏ ମାକୁ ଭଲପାଇବା ଶିଖିଛି ସିଏ ମାଉସୀକୁ ଭଲ ପାଇପାରିବ । ଯିଏ ମାକୁ ଭଲପାଏ ସିଏ ମାତୃଭୂମି ମାତୃଭାଷାକୁ ଭଲ ପାଇବ । ପୁଣି ଅପର ପକ୍ଷରେ କହିଲେ ଜଣେ ଯଦି ଅନ୍ୟର ମା ଅବା ମାତୃଭାଷାକୁ ସମ୍ମାନ ଦେବ ତେବେ ଅନ୍ୟ ଜଣେ ମଧ୍ୟ ତାର ମା ଅବା ମାତୃଭାଷାକୁ ସମ୍ମାନ ଦେବ ।

ପ୍ରାରମ୍ଭରେ ପ୍ରଦ୍ୱୀପ ପ୍ରଜ୍ବଳନ ସହିତ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ଗାନ କରାଯିବା ପରେ ଓଡ଼ିଶା ମିରର୍ ସମ୍ପାଦକ ଦିଲ୍ଲୀପ ବିଶ୍ଵାଳ ଅତିଥି ପରିଚୟ ଓ ସଂପାଦକୀୟ ଅଭିଭାଷଣ ରଖିଥିଲେ। ନିଜ ଅଭିଭାଷଣରେ ଶ୍ରୀଯୁକ୍ତ ଦିଲ୍ଲୀପ ବିଶ୍ଵାଳ ଓଡ଼ିଶା ମିରର୍ ଦଶବର୍ଷ ର ସଫଳତା ସମ୍ପର୍କରେ ଉଲ୍ଲେଖ କରି କହିଲେ ଆମେ ବଞ୍ଚିଛୁ ଏହା ହିଁ ଆମ ପାଇଁ ସର୍ବଶ୍ରେଷ୍ଠ ସଫଳତା।ଏହି ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ଓଡ଼ିଶା ମିରର୍ ସମ୍ମାନ -୨୦୨୨ ପ୍ରଦାନ କରଯାଇଥିଲା। ସଭା ଶେଷରେ ଓଡ଼ିଶା ମିରର୍ କଲଚୁରାଲ ରିପୋର୍ଟର ସରିତା ବାରିକ ଧନ୍ୟବାଦ୍ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମକୁ ଉପସ୍ଥାପିକା ମଧୁସ୍ମିତା ସେନାପତି ପରିଚାଳନା କରିଥିଲେ। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମକୁ କବି ଓ ଗୀତିକାର କୁମାର ଲିଟନ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *