Pratidin TV

Odisha's Digital News Platform

ପ୍ରେସ ମାଲିକରୁ ବନିଲେ ରାସ୍ତା କଡ ଖାଦ୍ୟ ବେପାରୀ , ମାତ୍ର ୪୦ ଟଙ୍କାରେ ବିକୁଛନ୍ତି ..

1 min read

ନୂଆଦିଲ୍ଲୀ : ଆପଣମାନେ ପ୍ରତ୍ୟକଦିନ ଅନେକ ମୋଟିଭେସନାଲ ସତ କାହାଣୀ ପଢୁୁଥିବେ ବା ଜାଣୁଥିବେ । ଯେ ଆଜିକାଲି କିଭଳି ଛୋଟ ଛୋଟ ଷ୍ଟାର୍ଟଅଫ୍ ବନାଇ ଲୋକମାନେ କିଛି ଦିନରେ ଲକ୍ଷ ଲକ୍ଷ ଟଙ୍କାର ମାଲିକ ବନିଯାଉଛନ୍ତି । କିନ୍ତୁ କଣ ଆପଣାମାନେ କେବେ ଏଭଳି ଲୋକମାନଙ୍କ ବିଷୟରେ ଜାଣିଛନ୍ତି ଯିଏ ଦିନେ କୋଟି କୋଟି ଟଙ୍କାର ମାଲିକ ଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା ଏପରି କି ଯେ ସେ ନିଜେ ରାସ୍ତା କଡରେ ଖାଦ୍ୟ ବିକୁଛନ୍ତି ତାହା ପୁଣି ନିଜ ଖୁସିରେ । ତେବେ ଚାଲନ୍ତୁ ଜାଣିବା ସେମିତି ଜଣେ ଦମ୍ପତ୍ତିଙ୍କ ବିଷୟରେ ।

କୋଭିଡ୍ -୧୯ ମହାମାରୀ ଏବଂ ପରବର୍ତ୍ତୀ ଲକଡାଉନ ସମଗ୍ର ବିଶ୍ୱରେ ପ୍ରାୟ ସମସ୍ତଙ୍କ ଜୀବନ ବଦଳାଇଲା ଜ୍ଝ ଅନେକ ଲୋକଙ୍କୁ ଚାକିରୀରୁ ବାହାର କରିଦିଆ ଯାଇଥିଲା, କିଛି ଲୋକ ବହୁ କ୍ଷତି ସହିଥିବା ବେଳେ କିଛିଲୋକ ସେମାନଙ୍କ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦକରିବାକୁ ବାଧ୍ୟ ହୋଇଥିଲେ। ସେହିପରି, ଫରିଦାବାଦର ଏକ ଦମ୍ପତି, ଯିଏକି ପୂର୍ବରୁ ଏକ ପ୍ରିଣ୍ଟିଂ ପ୍ରେସର ମାଲିକ ଥିଲେ, ତାଲା ପଡିଥିବା ସମୟରେ ବହୁ କ୍ଷତି ସହିଥିଲେ ଏବଂ ବର୍ତ୍ତମାନ ଏକ ଖାଦ୍ୟ ଷ୍ଟଲ ଚଳାଉଛନ୍ତି ।
ଏହି ସ୍ୱାମୀ ଏବଂ ସ୍ତ୍ରୀ ଏକଦା ପ୍ରିଣ୍ଟିଂ ପ୍ରେସର ମାଲିକ ଥିଲେ, ବର୍ତ୍ତମାନ ରାସ୍ତାକଡ଼ରେ ତରକାରୀ ଏବଂ ଚାଉଳ ବିକ୍ରି କରୁଛନ୍ତି ।
ତାଙ୍କର ଏକ ଭିଡିଓ ଖାଦ୍ୟ ବ୍ଲଗର୍ଜଟିନ୍ସିଂ ସୋସିଆଲମିଡିଆରେ ସେୟାର କରିଥିଲେ।

ଏହି ଦମ୍ପତି ଫରିଦାବାଦର ଗେଟ ନମ୍ବର ନିକଟରେ ଥିବା ଗ୍ରୀନଫିଲ୍ଡ କଲୋନୀରେ ଥିବା ଏକ ଷ୍ଟଲରେ ଠିଆହୋଇ ଭାତ ତରକାରୀ । ସର୍ଟ କ୍ଲିପରେ ବ୍ୟକ୍ତି ଜଣକ କୁହନ୍ତି, “ମୁଁ ପୂର୍ବରୁ ଏକ ପ୍ରିଣ୍ଟିଂ ପ୍ରେସ୍ ଚଳାଉଥିଲି, କିନ୍ତୁ ଲକ୍‌ଡାଉନ୍ ସମୟରେ ଏହା ବନ୍ଦ ହୋଇ ଯାଇଥିଲା।ତା’ପରେ ମୁଁ କିଛି ସମୟ କାମ କଲି, କିନ୍ତୁ ଆମର ଦୈନନ୍ଦିନ ଖର୍ଚ୍ଚପୂରଣ ପାଇଁ ଅଧିକ ଟଙ୍କା ଦରକାର । ତେଣୁ, ମୋ ପତ୍ନୀ ଏବଂ ମୁଁ ଭଲ ରୋଷେଇ କରିବା ଜାଣିଥିବାରୁ ମୁଁ ଆମର ନିଜ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କଲୁ। ଆଉ ଲୋକମାନଙ୍କ ପରିସ୍ଥିତିକୁ ମଧ୍ୟ ଲକ୍ଷ ରଖି ମାତ୍ର ୪୦ ଟଙ୍କାରେ ଏହି ଦମ୍ପତ୍ତି ରାସ୍ତା କଡରେ ରାଜମା ଚାୱଲ ଏବଂ କଡି ଚାୱଲ ସହ ସବୁଜ ଚଟନୀ ବିକ୍ରି କରିବା ଆରମ୍ଭ କଲେ । ଉଭୟର ମୂଲ୍ୟ ପ୍ଲେଟ୍ ପିଛା ମାତ୍ର ୪୦ ଟଙ୍କା ।

Leave a Reply

Your email address will not be published. Required fields are marked *