ଗ୍ରାହକଙ୍କ ପାଇଁ ବଡ ଖବର : ଶସ୍ତା ହେଲା ଟିଭି-ଫ୍ରିଜ୍ ଏବଂ ମୋବାଇଲ ଭଳି ବୈଦ୍ୟୁତିକ ଜିନିଷ …
1 min readନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ ଉପକରଣ କିଣିବାକୁ ଯୋଜନା କରୁଥବା ଗ୍ରାହକଙ୍କ ପାଇଁ ଖୁସିଖବର । ଟିକେ ଅପେକ୍ଷା କରନ୍ତୁ ଆପଣଙ୍କୁ ଖୁବ୍ ଶସ୍ତାରେ ମିଳିବ ସମସ୍ତ ଇଲେକ୍ଟ୍ରୋନିକ୍ସ ଉପକରଣ । ମୋବାଇଲ,ଟିଭି,ଫ୍ରିଜ୍, ଲ୍ୟାପଟପ୍ ଠାରୁ ଆରମ୍ଭ କରି ଅନ୍ୟାନ ବୈଦ୍ୟୁତିକ ଉପକରଣ ଉପରେ ଲାଗୁଥିବା ପରିବହନ ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ହ୍ରାସ ପାଇଥିବାରୁ ଶସ୍ତା ହେବ ଏସବୁ ଉପକରଣ ।
ସୁଚନାଯୋଗ୍ୟ ଯେ ଏହିସବୁ ଉପକରଣର ପରିବହନ ଖର୍ଚ୍ଚ କମ୍ଫୋନେଣ୍ଟ ଖର୍ଚ୍ଚରେ ବଡ ମାତ୍ରାରେ ହ୍ରାସ କରାଯାଇଛି । ଏହି କାରଣରୁ ବିଭିନ୍ନ କମ୍ପାନୀ ଗୁଡିକ ନିଜ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଦାମକୁ ହ୍ରାସ କରାଇବେ । କୋଭିଡ୍ ସମୟରେ କଣ୍ଟେନରରେ ଚୀନରୁ ମାଲ ପରିବହନ ପାଇଁ ୮୦୦୦ ଡଲାର ଖର୍ଚ୍ଚ ହେଉଥିଲା । ଯାହା ବର୍ତ୍ତମାନ ହ୍ରାସ ପାଇ ୮୫୦ ରୁ ୧୦୦୦ ସ୍ତରକୁ ଖସିଛି ।
ରିପୋର୍ଟ ଅନୁଯାୟୀ କୋଭିଡ୍ ସମୟରେ ହୋଇଥିବା କ୍ଷତିକୁ ପୂରଣ କରିବା ପାଇଁ ଏବଂ କମ୍ପାନୀର ଚାହିଦାକୁ ପୁଣି ଥରେ ବଢାଇବା ପାଇଁ କମ୍ପାନୀମାନେ ଏହାର ଦାମକୁ ହ୍ରାସ କରାଇବେ । ତେବେ କମ୍ପାନୀଗୁଡିକ ଦୀପାବଳି ସମୟରେ ଏହାର ମୂଲ୍ୟକୁ ହ୍ରାସ କରାଇବା ନେଇ ସୂଚନା ମିଳିଛି ।