ଚଳିତ ସପ୍ତାହରେ ୩ ଦେଶ ଯାତ୍ରାରେ ଯିବେ ପ୍ରଧାନମନ୍ତ୍ରୀ ମୋଦି
1 min readଚଳିତ ସପ୍ତାହରେ ୩ ଦେଶ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବ୍ରାଜିଲରେ ଅନୁଷ୍ଠିତ ଜି-୨0 ଶିଖର ସମ୍ମିଳନୀରେ ଦେବେ ଯୋଗ | ତେବେ ଏନେଇ ବୈଦେଶିକ ମନ୍ତ୍ରାଳୟ ଦେଇଛି ସୂଚନା |
ବୈଦେଶିକ ମନ୍ତ୍ରାଳୟ ସୂଚନା ଅନୁସାରେ,ନଭେମ୍ବର ୧୮-୧୯ ରେ ବ୍ରାଜିଲ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି | ଜି-୨0 ଶିଖର ସମ୍ମିଳନରେ ବିଶ୍ଵବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବେ ଏବଂ ନୂଆଦିଲ୍ଲୀ ଘୋଷଣାରଫଳାଫଳ ଉପରେ ଗୁରୁତ୍ୱାରୋପ କରିବେ | ଏହାପରେ ପପ୍ରଧାନମନ୍ତ୍ରୀ ମୋଦି ଆଫ୍ରିକୀୟ ଦଦେଶ ନାଇଜେରିଆ ଏବଂ ଦକ୍ଷିଣ ଆମେରିକୀୟ ଦେଶ ଗୁଏନା ଯାତ୍ରା କରିବେ |
ଏହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଗୁଏନାର ରାଜକୀୟ ଯାତ୍ରାରେ ରହିବେ। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୧୯୬୮ ପରେ ଏହା ପ୍ରଥମ ଯାତ୍ରା ହେବ। ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ନିୟନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଗୁଏନା ଗସ୍ତରେ ଯାଉଛନ୍ତି। ଏହି ଯାତ୍ରାରେ ଉଭୟ ପକ୍ଷ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ।
ସୂଚନା ମୁତାବକ, ବ୍ରାଜିଲ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ୧୬-୧୭ ତାରିଖରେ ନାଇଜେରିଆ ଗସ୍ତ କରିବେ | ବୈଦେଶିକ ବ୍ୟପାର ମନ୍ତ୍ରାଳୟ ଆହୁରି କହିଛି ଯେ, ଗତ ୧୭ ବର୍ଷ ମଧ୍ୟରେ ଏହି ଆଫ୍ରିକୀୟ ଦେଶକୁ ଭାରତ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ |