ସର୍ବୋଚ୍ଚ ସମ୍ମାନ ନାଇଜରର ଜିକନ୍ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ମୋଦି; ଏଲିଜାବେଥଙ୍କ ପରେ ବିଶ୍ୱର ୨ୟ ବଡ ବ୍ୟକ୍ତିତ୍ୱ
1 min readପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ସକାଳେ ନାଇଜେରିଆରେ ପହଞ୍ଚିଛନ୍ତି । ଆବୁଜା ବିମାନବନ୍ଦରରେ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ ତାଙ୍କୁ ସ୍ବାଗତ କରିଥିଲେ। ସେଠାରେ ଥିବା କେନ୍ଦ୍ରୀୟ ରାଜଧାନୀ ଅଞ୍ଚଳର ମନ୍ତ୍ରୀ ତାଙ୍କୁ ସାଙ୍କେତିକ ଭାବରେ ଆବୁଜା ‘ସହରର ଚାବି’ ଉପସ୍ଥାପନ କରିଛନ୍ତି । ଗତ ୧୭ ବର୍ଷ ମଧ୍ୟରେ ଏହି ଦେଶକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଏହାପୂର୍ବରୁ ୨୦୦୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନାଇଜେରିଆ ଗସ୍ତ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାଇଜେରିଆର ସର୍ବୋଚ୍ଚ ସମ୍ମାନ, ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ନାଇଜର’ (ଜିସିଏନ୍) ସମ୍ମାନରେ ସମ୍ମାନିତ କରାଯିବ। ଆଜି (ରବିବାର) ନାଇଜେରିଆରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେକୌଣସି ଦେଶ ଦେଇଥିବା ଏହା ହେଉଛି ୧୭ତମ ଅନ୍ତର୍ଜାତୀୟ ପୁରସ୍କାର |
ତେବେ ବିଶେଷ କଥା ହେଉଛି ନାଇଜେରିଆର ଏହି ସର୍ବୋଚ୍ଚ ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ମୋଦି ଦୁନିଆର ଦ୍ୱିତୀୟ ବଡ ବ୍ୟକ୍ତିତ୍ୱ ହେବେ। ଏହାପୂର୍ବରୁ, ରାଣୀ ଏଲିଜାବେଥ ହେଉଛନ୍ତି ଏକମାତ୍ର ବିଦେଶୀ ସେଲିବ୍ରିଟି ଯିଏକି ୧୯୬୯ ରେ ଏହି ପୁରସ୍କାର ପାଇଥିଲେ।
୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ୬ ଦିନିଆ ଗସ୍ତରେ ତିନୋଟି ଦେଶ ନାଇଜେରିଆ, ବ୍ରାଜିଲ ଓ ଗୁଏନା ଯିବେ । ପ୍ରଥମେ ନାଇଜେରିଆର ରାଜଧାନୀ ଆବୁଜାରେ ପହଞ୍ଚିଛନ୍ତି ମୋଦି । ସେଠାରେ ପହଞ୍ଚିବା ପରେ ନାଇଜେରିଆ ରାଷ୍ଟ୍ର ମୁଖ୍ୟ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ଆସନ୍ତାକାଲି ବ୍ରାଜିଲ୍ ଯାଇ ମୋଦି ଜି-୨୦ ସମ୍ମିଳନୀରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଶେଷରେ ଗୁଏନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଦୀର୍ଘ ୫୦ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଗୁଏନା ଗସ୍ତ କରିବେ । ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ମୋଦି ବିଦେଶ ଗସ୍ତରେ ଯାଇଛନ୍ତି ।