Pratidin TV

Odisha's Digital News Platform

ଶପଥ ନେବେ ପ୍ରଧାନମନ୍ତ୍ରୀ , ମୋଦିଙ୍କ ଖୁସିରେ ସାମିଲ ହେବାକୁ ଭାରତ ମୁହାଁ ବିଦେଶୀ ନେତା …..

ରାତି ପାହିଲେ ଭାରତ ପାଇଁ ବଡଦିନ । ୩ୟ ଥର ଶପଥ ନେବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୯ ତାରିଖ ସଂଧ୍ୟା ୭ଟା ୧୫ରେ ଶପଥ ପାଇଁ ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ ଜଣାଇଥିବା ମୋଦି କହିଛନ୍ତି । ଏହିଦିନ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିବେ ।

ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଆରମ୍ଭର ସାକ୍ଷୀ ରହିବେ ଭାରତର ପଡ଼ୋଶୀ ରାଷ୍ଟ୍ର ମୁଖ୍ୟ । ଏମାନଙ୍କ ମଧ୍ୟରେ ରହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହର ପ୍ରଚଣ୍ଡ, ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ । ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନୌଥଙ୍କୁ ମଧ୍ୟ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି । ଅନ୍ୟପଟେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମଧ୍ୟ ଏହି ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି । ସେ ଯଦି ସମ୍ମତି ପ୍ରକାଶ କରନ୍ତି, ତେବେ ମାଳଦ୍ବୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ମୁଇଜୁଙ୍କ ପ୍ରଥମ ଭାରତ ଗସ୍ତ ହେବ ।

ଏହାଛଡା ଶପଥ ଗ୍ରହଣ ସମାରୋହ ଲାଗି ବିଜେପି ପକ୍ଷରୁ ସ୍ବତନ୍ତ୍ର ଅତିଥିଙ୍କ ତାଲିକା ପ୍ରସ୍ତୁତ ଚାଲିଛି । ଶ୍ରମିକ, ସଫେଇ କର୍ମଚାରୀ, ତୃତୀୟ ଲିଙ୍ଗୀ ଏହି ସମାରୋହରେ ଯୋଗଦେବେ । ଏହାସହିତ ପଡ଼ୋଶୀ ଓ ବନ୍ଧୁ ରାଷ୍ଟ୍ରର ମୁଖ୍ୟ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ଅନେକ ସଦସ୍ୟ ମଧ୍ୟ ସାମିଲ ହେବେ । ଏହାବାଦ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମଧ୍ୟ ଏହି ଭବ୍ୟ ସମାରୋହରେ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *