ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ୱୋଧନ, ବିଶ୍ୱର ଅନେକ ବଡ଼ ନେତାଙ୍କ ସହ ହେଲା ସାକ୍ଷାତ
1 min readପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସୋମବାର ବ୍ରାଜିଲର ରିଓ ଡି ଜେନେରୋଠାରେ ପହଞ୍ଚିଥିଲେ। ଦକ୍ଷିଣ ଆମେରିକୀୟ ଦେଶର ୨ୟ ବୃହତ୍ତମ ସହରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଭାରତୀୟ ପ୍ରବାସୀମାନେ ତାଙ୍କୁ ସଂସ୍କୃତ ଶ୍ଳୋକ ଆବୃତ୍ତି କରି ସ୍ୱାଗତ କରିଥିଲେ। ଏଥିସହ ତାଙ୍କୁ ସ୍ୱାଗତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜି-୨୦ ସମ୍ମିଳନୀ ଅବସରରେ ଆଜି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେଅର ଷ୍ଟାର୍ମରଙ୍କ ମଧ୍ୟରେ ଆଲୋଚନା ହୋଇଛି।
ବ୍ରାଜିଲର ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ୱୋଧନ କରିଛନ୍ତି । ‘ସାମାଜିକ ସମାବେଶ ଏବଂ କ୍ଷୁଧା ଏବଂ ଗରିବୀ’ ବିପକ୍ଷ ଲଢେଇ ଉପରେ ଜି-୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ସର୍ବପ୍ରଥମେ, ମୁଁ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ପାଇଁ କରାଯାଇଥିବା ଭଗ୍ୟ ପ୍ରସ୍ତୁତି ଏବଂ ଜି-୨୦ର ସଫଳ ଅଧ୍ୟକ୍ଷତା ପାଇଁ ରାଷ୍ଟ୍ରପତି ଲୁଲାଙ୍କୁ ଶୁଭେଚ୍ଛା ଜଣାଉଛି ।’
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ନିଆଯାଇଥିବା ଜନହିତକର ନିଷ୍ପତ୍ତିକୁ ବ୍ରାଜିଲର ଅଧ୍ୟକ୍ଷତାରେ ଆଗକୁ ବଢାଯାଇଛି । ଏହା ଖୁସିର ବିଷୟ ଯେ ଆମେ ଏସଡିଜି ଲକ୍ଷ୍ୟକୁ ପ୍ରାଥମିକତା ଦେଇଛୁ । ଏହା ସ୍ପଷ୍ଟ ଯେ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ, ଏହି ଶିଖର ସମ୍ମିଳନୀରେ ଆଜି ବି ସେତିକି ଗୁରୁତ୍ୱ ରଖୁଛି, ଯାହା ଗତ ବର୍ଷ ରହିଥିଲା ।’
ତେବେ ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ, ଫ୍ରାନ୍ସ, ଇଟାଲୀ, ବ୍ରାଜିଲ, ସିଙ୍ଗାପୁର, ଇଣ୍ଡୋନେସିଆ, ପର୍ତ୍ତୁଗାଲ, ନରୱେ ଏବଂ ସ୍ପେନ୍ ସମେତ ଅନେକ ବିଶ୍ୱ ନେତାଙ୍କ ସହ କଥା ହୋଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ୨ ଦିନିଆ ନାଇଜେରିଆ ଗସ୍ତ ଶେଷ କରିବା ପରେ ଏଠାରେ ପହଞ୍ଚିଥିବା ମୋଦି ମଧ୍ୟ ଶିଖର ସମ୍ମିଳନୀରେ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ଙ୍କୁ ଭେଟିଛନ୍ତି।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଉଭୟ ରାଜ୍ୟ ମୁଖ୍ୟ ତଥା ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ନେଇ ଗଠିତ ଏହି ପ୍ରତିନିଧୀ ଦଳ ଭାରତ ଏବଂ ଇଟାଲୀ ସହ ଜଡିତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ ରିଓ ଡି ଜେନେରିଓ ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ଆମର ଆଲୋଚନା ପ୍ରତିରକ୍ଷା, ସୁରକ୍ଷା, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାରେ ସମ୍ପର୍କକୁ ଗଭୀର କରିବା ଉପରେ ଧ୍ୟାନ ଦେଇଥିଲା | ସଂସ୍କୃତି, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ବିଷୟରେ ଆମେ ମଧ୍ୟ ଆଲୋଚନା କରିଥିଲୁ ଭାରତ-ଇଟାଲୀ ବନ୍ଧୁତା ଏକ ଉତ୍ତମ ଗ୍ରହରେ ବହୁତ ସହାୟକ ହୋଇପାରେ |
ଜି -୨0 ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦିବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାରମର୍ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ରିଓ ଡି ଜେନେରିଓରେ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ସହ ତାଙ୍କର ବହୁତ ଅର୍ଥପୂର୍ଣ୍ଣ ବୈଠକ ହୋଇଛି। ଭାରତ ପାଇଁ ବ୍ରିଟେନ ସହିତ ବ୍ୟାପକ ରଣନୀତିକ ଭାଗିଦାରୀ ସର୍ବାଧିକ ପ୍ରାଥମିକତା ଅଟେ | ଆଗାମୀ ବର୍ଷଗୁଡିକରେ, ଆମେ ଏଭଳି କ୍ଷେତ୍ରରେ ଏକାଠି କାମ କରିବାକୁ ଆଗ୍ରହୀ |