Pratidin TV

Odisha's Digital News Platform

(ଭିଡିଓ)କାରିଗରଙ୍କ ଅନନ୍ୟ କୃତି : ସୁନାରେ ତିଆରି କଲେ ‘ନରେନ୍ଦ୍ର ମୋଦୀ’ ,

1 min read

ନୂଆଦିଲ୍ଲୀ : ସୁୁନାରେ ମୋଦୀଙ୍କ ମୂର୍ତ୍ତି । ଯେତିକି ସିଟ୍‌ରେ ବିଜୟୀ ସେତିକି ଗ୍ରାମରେ ତିଆରି ମୂର୍ତ୍ତି । ଗୁଜରାଟ ନିର୍ବାଚନରେ ବିଜେପି ବିଜୟୀ ଆସନ ଓଜନରେ ମୂର୍ତ୍ତି ହେଲା ତିଆରି । । ୧୫୬ ଗ୍ରାମ ସୁନାରେ ନିର୍ମାଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତି । ଯାହା ଦେଖିବାକୁ ଯେତେ ଆକର୍ଷଣୀୟ, ସେତେ ମୂଲ୍ୟବାନ ମଧ୍ୟ । ଗୁଜରାଟ ସୁରତରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି । ୩ ଇଂଚ ଚଉଡ଼ା, ସାଢ଼େ ୪ ଇଂଚ ଲମ୍ବ ଏହି ପ୍ରତିମୂର୍ତିକୁ ତିଆରି କରିବାକୁ ଲାଗିଛି ୩ ମାସର ସମୟ । ୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଥିବା ମୋଦିଙ୍କ ଏହି ପ୍ରତିମୂର୍ତିରେ ଅନେକ ବିଶେଷତ୍ୱ ରହିଛି ।

ପ୍ରତିମୂର୍ତିଟି ଅବିକଳ ମୋଦିଙ୍କ ଭଳି ଦେଖାଯାଉଛି । ଆଖି, ନାକ, କାନ ଏମିତିକି ମୋଦିଙ୍କ ଚଷମା ଓ ଦାଢ଼ିକୁ ବି ଅବିକଳ କରିଛନ୍ତି ୨୦ଜଣ କାରିଗର । ସୁରଟର ସ୍ୱର୍ଣ୍ଣ ଆଭୂଷଣ ବ୍ୟବସାୟ ରାଧିକା ଚେନସ୍ ଏହି ପ୍ରତିମା ର୍ନିମାଣ କରିଥିବା ବେଳେ , ମାଲିକ ବସନ୍ତ ବୋହରା ଏହାକୁ ୧୮ କ୍ୟାରେଟ୍ ସୁନାରେ ନିର୍ମାଣ କରିଥିବା ସୂଚନା ମିଳିଛି ।
ଏହି ମୂର୍ତିର ଦାମ ୧୧ ଲକ୍ଷ ଟଙ୍କା ରଖାଯାଇଛି । ଗୁଜରାଟ ନିର୍ବାଚନରେ ବିଜେପି ଯେତିକି ସିଟ୍‌ରେ ବିଜୟୀ ହୋଇଛି ସେତିକି ଗ୍ରାମରେ ଏହି ମୂର୍ତିକୁ ତିଆରି କରାଯାଇଛି । ଗତବର୍ଷ ଡିସେମ୍ବରରେ ବିଜେପି ଗୁଜରାଟ ବିଧାନସଭା ନିର୍ବାଚରେ ୧୮୨ରୁ ୧୫୬ ସିଟ୍‌ରେ ବିଜୟ ହାସଲ କରିଥିଲା ।

ଅନେକ ଲୋକେ ମୋଦିଙ୍କ ଏହି ପ୍ରତିମୂର୍ତିକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି, କିନ୍ତୁ ଏହାକୁ ତିଆରି କରିଥିବା ସୁନା ବ୍ୟବସାୟୀ ଏହି ମୂର୍ତିକୁ ବିକ୍ରି କରିବା ପାଇଁ ନିଷ୍ପତି ନେଇ ନାହାନ୍ତି । ସେ କହିଛନ୍ତି ଯେ ମୁ ଁ ମୋଦିଙ୍କର ଜଣେ ବଡ ଫ୍ୟନ୍ । ଏହାକୁ ମୁଁ ତାଙ୍କ ପାଇ ସମ୍ମାନରେ ତିଆର କରିଛି । ବିକ୍ରି ପାଇଁ ନୁହେଁ ।

Leave a Reply

Your email address will not be published. Required fields are marked *