ଫ୍ରେବୃଆରୀ ୩ ରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
1 min readଫ୍ରେବୃଆରୀ ୩ ରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁର ରେ ପ୍ରଧାନମନ୍ତ୍ରୀ ଙ୍କ ୨ ଗୋଟି କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ଗସ୍ତରେ ସେ ଆଇଆଇଏମ ସମ୍ବଲପୁର ର ସ୍ଥାୟୀ କ୍ୟାମ୍ପସ ର ଉଦଘାଟନ କରିବା ସହ ସମ୍ବଲପୁର ସହର ର ରେମେଡ଼ ପଡିଆ ରେ “ବିଶାଳ ଗେରେଣ୍ଟି ସମାବେଶ” ରେ ଯୋଗ ଦେଇ ଜନ ସାଧରଣ ଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମ୍ବଲପୁର ଆଇଆଇଏମ ପୁରାପୁରି ପ୍ରସ୍ତୁତ ଥିବା କହିଛନ୍ତି ନିର୍ଦେଶକ ମହାଦେବ ପ୍ରସାଦ ଜଏସ୍ୱାଲ ଓ ବିଜେପି ସାମ୍ବାଦିକ ସମ୍ବିଳନୀ କରିଛି।
ଆସନ୍ତା ୩ ରେ ସମ୍ବଲପୁର ଆଇଆଇଏମ ର ସ୍ଥାୟୀ କ୍ୟାମ୍ପସ କୁ ଉଦଘାଟନ କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ସରି ଯାଇଥିବା ବେଳେ ସମସ୍ତେ ଉତ୍ସାହିତ ଥିବା କହିଛନ୍ତି ନିର୍ଦେଶକ । ସମ୍ବଲପୁର ଆଇଆଇଏମ ର ସ୍ଥାୟୀ କ୍ୟାମ୍ପସ କୁ ପ୍ରଧାନମନ୍ତ୍ରୀ ନିଜେ ଶିଳାନ୍ୟାସ କରିଥିବା ବେଳେ ୪୦୦ କୋଟି ର ଏହି ପ୍ରକଳ୍ପ କୁ ଏବେ ନିଜ ଉଦଘାଟନ କରିବାକୁ ଯାଉଛନ୍ତି । ଏହା ନିଶ୍ଚିତ ଭାବେ ଖୁସିର ବିଷୟ ବୋଲି କହିଛନ୍ତି ନିର୍ଦେଶକ ମହାଦେବ ପ୍ରସାଦ ଜଏସ୍ୱାଲ । ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଶିକ୍ଷବିତ, ବୁଦ୍ଧିଜୀବୀ, ଡାକ୍ତର, ଇଞ୍ଜିନିଅର ଙ୍କୁ ନିମନ୍ତ୍ରଣ କରାଯାଇଛି । ଏଠାରେ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ୩୦ ରୁ ୪୦ ମିନିଟ ର ରହିବ । ଏଥିପାଇଁ କ୍ୟାମ୍ପସ ଭିତରେ ୩ ଟି ହେଲିପେଡ ପ୍ରସ୍ତୁତ ହୋଇଛି ।
ଅପରପକ୍ଷରେ ଆସନ୍ତା ଫେବୃଆରୀ ୩ ତାରିଖରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ବିଜେପି ଏକ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦେଇଛି ଆଇଆଇଏମର ସ୍ଥାୟୀ ତଥା ନୂତନ ନିର୍ମାଣ ହୋଇଥିବା କ୍ୟାମ୍ପସର ଲୋକାର୍ପଣ କରିବା ସହ ରେମେଡଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ପ୍ରଥମେ ବସନ୍ତପୁରସ୍ଥିତ ସମ୍ବଲପୁର ଆଇଆଇଏମର ଲୋକାର୍ପଣ କରିବା ପରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ରେମେଡରେ ଅନୁଷ୍ଠିତ ବିଶାଳ ସାଧାରଣ ସଭାରେ ଯୋଗ ଦେବେ । ତେବେ ଏନେଇ ସମ୍ବଲପୁରରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବା ସହ ସେହି ବିଶାଳ ସମାବେଶର ନାମକରଣ କରାଯାଇଛି । ଏହି ସମାବେଶର ନାଁ ବିଶାଳ ଗ୍ୟାରେଣ୍ଟି ସମାବେଶ ରଖାଯାଇଥିବା ନାଉରୀ ନାଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ ଏକ ଭଏସ ମ୍ୟାସେଜ୍, ଗୀତ ଓ ଭିଡିଓ ବାର୍ତ୍ତା ରିଲିଜ କରାଯାଇଛି । ଏହି ସମାବେଶରେ ପଶ୍ଚିମ ଓଡିଶାର ୫ ଟି ଲୋକସଭା କ୍ଷେତ୍ରରୁ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ନାଉରୀ କହିଛନ୍ତି ।