Pratidin TV

Odisha's Digital News Platform

ଶ୍ରୀରାମଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ , କହିଲେ ଏତେ ବର୍ଷ ହେଲା ତପସ୍ୟାରେ କିଛି ତ୍ରୁଟି ରହିଯାଇଥିଲା …

1 min read

ଉତ୍ତରପ୍ରଦେଶ ; ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏକ ସଭାର ଆୟୋଜନ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିଲେ । ସେ କହିଥିଲେ ଯେ ଦୀର୍ଘ ୫୦୦ ବର୍ଷ ପରେ ଏ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏନେଇ ମୁଁ ଭଗବାନ ଶ୍ରୀରାମଙ୍କୁ କ୍ଷମା ପ୍ରାର୍ଥନା କରୁଛି । ପ୍ରଭୁ ଏତେଦିନ ଲଗାଇଦେଲେ ପ୍ରତିଷ୍ଠା ପାଇଁ ବିଧହୁଏ ଆମ ତପସ୍ୟାରେ କିଛି ଅଭାବବୋଧ ରହିଯାଇଥିଲା । ତେଣୁ ଏଠାରେ ଶ୍ରୀରାମଙ୍କୁ ପୁଣି ତାଙ୍କ ସ୍ଥାନରେ ଅଧିଷ୍ଠିତ କରାଇବାକୁ ଏତେ ବିଳମ୍ବ ହୋଇଗଲା ।

ତେବେ ଏହି ଦିନଟିକୁ ସଫଳ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଦୀର୍ଘ ୧୧ ଦିନ ହେବ ବ୍ରତରେ ଥିଲେ । ସେ ଦୀର୍ଘ ୧୧ ଦିନ ହେବା ତଳେ ଶୋଇବା ସହ ପଇଡ ପାଣି ପିଇ ଏହି ଦିନଟିକୁ ଅପକ୍ଷୋ କରିଥିଲେ । ଯାହା ଆଜି ସାର୍ଥକତା ଲାଭ କରିଛି । ଆଜି ତାଙ୍କର ବ୍ରତ ପୂରଣ ହୋଇଛି । ଶ୍ରୀରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଦେଶବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ହୋଇଛି ବୋଲି କହିଛନ୍ତି ମୋଦୀ ।

Leave a Reply

Your email address will not be published. Required fields are marked *