Pratidin TV

Odisha's Digital News Platform

୧୩୩ ମିନିଟରେ ସଂସଦରେ ରାହୁଲ ଗାନ୍ଧୀଙ୍କୁ ତୁହାକୁ ତୁହା ପ୍ରହାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1 min read

ଲୋକସଭା ଅଧିବେଶନରେ ଜୁଲାଇ ୨ ତାରିଖ ଦିନ ଅଭିବାଦନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କ ଭାଷଣର ଧନ୍ୟବାଦ ସଭାକୁ ଅଭିଭାଦନ ଜଣାଇ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଆଗାମୀ ଭିଜନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ବିରୋଧୀ ପ୍ରବଳ ହୋହଲ୍ଲା ଏବଂ ମଣିପୁର ମଣିପୁର ସ୍ଲୋଗାନ ଦେଇଥିଲେ। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖି ନବନିର୍ବାଚିତ ସାଂସଦମାନଙ୍କୁ ପ୍ରଶଂସା କରିବା ସହ ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ୱକୁ ମାର୍ଗ ଦେଖାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ବେଳେ ଲୋକସଭାରେ ରାହୁଲଙ୍କ ନାଁ ନେଇ ତାଙ୍କୁ ଭୀଷଣ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

Advertisement

ନିଜ ୨ ଘଣ୍ଟା ୧୭ ମିନିଟର ଭାଷଣରେ ମୋଦି ରାହୁଲଙ୍କୁ ତୁହାକୁ ତୁହା ଟାର୍ଗେଟ କରିଛନ୍ତି | ଗତକାଲି ମଙ୍ଗଳବାର ଅର୍ଥାତ ହୁଲି ୨ ତାରିଖ ଦିନ ସେ ସଂସଦରେ ନିଜର ଅଭିଭାଷଣ ଦେଇଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କ ନା ନ ନେଇ ରାହୁଲଙ୍କୁ ଏବଂ କଂଗ୍ରେସକୁ ସିଧା ଭାବରେ ଟାର୍ଗେଟ କରିଛନ୍ତି |

ସେ ତାଙ୍କ ଅଭିଭାଷଣରେ ରାହୁଲଙ୍କୁ କଡା ଜବ ଦେଇଛନ୍ତି | କହିଛନ୍ତି ହିନ୍ଦୁଙ୍କ ଉପରେ ମିଛ ଆରୋପର ଷଡ଼ଯନ୍ତ୍ର ଲଗାଯାଉଛି। ସେ ଆହୁରି କହିଛନ୍ତି ୨୦୨୪ ପରଠୁ କଂଗ୍ରେସ ଦଳ ଏବେ ପରଜୀବୀ ପାଲଟି ଯାଇଛି। ଅନ୍ୟପଟେ ୨୦୨୪ ନିର୍ବାଚନରେ ଓଡ଼ିଶାର ବିଜେପିର ଅପୂର୍ବ ସଫଳତା କଥା ମନେ ପକାଇ ଏହାକୁ ଜଗନ୍ନାଥଙ୍କ ଭରପୁର ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି।

ନାଁ ନନେଇ ରାହୁଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ହେଉଛି ତୁମର ସଂସ୍କୃତି। ଏହା ହେଉଛି ତୁମର ଚରିତ୍ର। ଏହା ହେଉଛି ତୁମର ଭାବନା। ଏହା ହେଉଛି ତୁମର ଘୃଣା। ଏହା ଏ ଦେଶର ହିନ୍ଦୁଙ୍କ ବିରୋଧରେ ତୁମର କାର୍ଯ୍ୟ। ଏହି ଦେଶ ଶତାବ୍ଦୀ ଶତାବ୍ଦୀ ଧରି ଏ କଥାକୁ ଭୁଲିବ ନାହିଁ। ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ତାଙ୍କ ଅଭିଭାଷଣ ରଖୁଥିବା ବେଳେ ବିରୋଧୀମାନେ ପ୍ରବଳ ବିରୋଧ କରିଥିଲେ । ସେମାନେ ମଣିପୁର… ମଣିପୁର… ନାରା ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋଲେ ଫିଲ୍ମ କଥା କହି ରାହୁଲଙ୍କୁ ଥଟ୍ଟା କରିଛନ୍ତି | ଭାଷଣରେ ମୋଦି କାହାର ନାମ ନ ନେଇ ରାହୁଲ ଗାନ୍ଧିଙ୍କୁ ବାଳକ ବୁଦ୍ଧିର ଲୋକ ବୋଲି କହିଛନ୍ତି I ନେରେନ୍ଦ୍ର ମୋଦି ୨୦୨୪ ଲୋକସଭା ନିର୍ବାଚନ ଫଳାଫଳକୁ କଂଗ୍ରେସ ଲାଗି ଦେଶର ଜନତାଙ୍କ ଜନାଦେଶ ବୋଲି କହିଛନ୍ତି। ସେ କହିଥିଲେ, ଆପଣ ସମସ୍ତଙ୍କୁ ସୋଲେ ଫିଲ୍ମର ମାଉସୀ ମନେ ଥିବେ । ତୃତୀୟ ଥର ହାରିଛନ୍ତି କିନ୍ତୁ ମାଉସୀ ଏହା ମୋରାଲ ଭିକ୍ଟି ନା? ଆରେ ମାଉସୀ ୧୩ ରାଜ୍ୟରେ ଶୁନ ସିଟ୍ ମିଳିଛି କିନ୍ତୁ ହିରୋ ? ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ କଂଗ୍ରେସ ପାର୍ଟିକୁ କୁହୁଛି ଜନାଦେଶକୁ ମିଛ ବିଜୟର ଉତ୍ସବରେ ଦିବାଅନି। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆଜିକାଲି ସହାନୁଭୂତି ପାଇବାକୁ ଏକ ନୂଆ ଡ୍ରାମା ଆରମ୍ଭ ହୋଇଯାଇଛି।

ମୋଦି ଆହୁରି ରାହୁଲ ଗାନ୍ଧୀଙ୍କୁ ବାଳକ ବୁଦ୍ଧି ବୋଲି କହିଥିଲେ | ସେ କହିଥିଲେ, ମୁଁ ଏକ କାହାଣୀ କହୁଛି ଗୋଟିଏ ପିଲା ସ୍କୁଲରୁ ଆସିଲା ଓ ଜୋର ଜୋରରେ କାନ୍ଦିବାକୁ ଲାଗିଲା | ଏଥିରେ ତାର ମା ବି ଡରିଗଲା ପିଲାର କ’ଣ ହେଲା? ପିଲା କହିଲା ମା ମୋତେ ଆଜି ସ୍କୁଲରେ ମରାଗଲା I ଆଜି ସ୍କୁଲରେ ମୋତେ ସିଏ ମାରିଲା ମୋତେ ସିଏ ମାରିଲା I ମୋତେ ଏଠିକୁ ମାରିଲେ ମତୋ ଏଠାକୁ ମାରିଲେ । ଏଥିରେ ମା ପଚାରିଲେ କଥା କଣ ଥିଲା, ହେଲେ ସେ କିଛି ନ କହି ଜୋର ଜୋରରେ କାନ୍ଦୁଥିଲା ଓ କହୁଥିଲେ ମୋତେ ମାରିଲେ, ମୋତେ ମାରିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ ପିଲା ଏ କଥା କହୁ ନଥୁଲା କୋଉ ପିଲାର ମାକୁ ଗାଳି ଦେଇଥୁଲା, କୋଉ ପିଲାର ବହି ଚିରିଥିଲା, ଶିକ୍ଷକକୁ ଚୋର କହିଥିଲା । ମୁଁ ସଂସଦରେ ମଧ୍ୟ ସେହିପରି ପିଲାଳିଆ ବାଚଳାମୀ ଦେଖୁଥୁଲି, ଜୁଲାଇ ୧ ତାରିଖ ଦିନ ଏଠାରେ ବାଳକ ବୁଦ୍ଧିର ଖେଳ ଚାଲିଥିଲା । ମୋତେ ମରା ଯାଇଛି, ମୋତେ ସେ ମାରିଲା, ମୋତେ ସେ ମାରିଲା। ସହାନୁଭୂତି ହାସଲ ପାଇଁ ଏହି ନୂଆ ଡ୍ରାମା କରାଯାଉଛି I

ମୋଦିଙ୍କ ଭାଷଣକୁ ବିଶ୍ଳେଷଣ କରାଯାଇଛି। ଯେଉଁଥିରେ ସେ ୬୧ଥର ବିକାଶ ଓ ବିକଶିତ ଶଦ୍ଦ ବ୍ୟବହାର କରିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାମ ୧୫ ଥର ଏବଂ ଇନ୍ଦିରା ଗାନ୍ଧୀଙ୍କ ନାମ ୧୨ ଥର ନେଇଥିଲେ। କିନ୍ତୁ ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବା ନିଟ୍‌ ମାମଲା ଉପରେ କିଛି ବି କହି ନ ଥିଲେ। ମୋଦି NEET ଶବ୍ଦକୁ କେବଳ ଥରେ ମାତ୍ର ବ୍ୟବହାର କରିଥିଲେ।

Leave a Reply

Your email address will not be published. Required fields are marked *