ଆଜି ଆନ୍ଧ୍ର-ଓଡିଶା ମେଗା ଶପଥ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
1 min readଆଜି ୨ଟି ମୁଖ୍ୟମନ୍ତ୍ରୀ ଶପଥ ସମାରୋହରେ ସାମିଲ ହେଵବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆଜି ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏଥିରେ ବିଜେପି ପାର୍ଟିର ବରିଷ୍ଠ ନେତା ସାମିଲ ହେବ ସହ ପ୍ରଧାନମନ୍ତ୍ରୀ ହେବେ ସାମିଲ |
ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡା ଉପକଣ୍ଠରେ ଥିବା କେସରପାଲ୍ଲୀର ଗାନ୍ନାଭାରାମ ବିମାନବନ୍ଦର ସମ୍ମୁଖରେ ଥିବା ମେଡା ଆଇଟି ପାର୍କ ନିକଟରେ ୧୧.୨୭ ରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ନାଇଡୁଙ୍କ ସହ ଅନ୍ୟ ନେତାମାନେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଏଥିରେ ଅଭିନେତା-ରାଜନେତା ତଥା ଜନସେନା ମୁଖ୍ୟ ପୱନ କଲ୍ୟାଣ ରହିପାରନ୍ତି, ଯିଏକି ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି | ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନାଇଡୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ।
ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଆସିଛି | ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବରିଷ୍ଠ ବିଜେପି ଦଳ ନେତା ହେବେ ସାମିଲ |
ଉଭୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କିଛି ବିଜେପି ନେତାଙ୍କୁ ଦେଖିବାକୁ ମିଳିବ। ମୋଦୀ ପ୍ରଥମେ ଆନ୍ଧ୍ର ଯିବା ପରେ ଓଡ଼ିଶା ଆସିବାର ରହିଛି କାର୍ଯ୍ୟକ୍ରମ।