ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ରେ ଉପସ୍ଥିତ ରହିପାରନ୍ତି ମୋଦୀ…
1 min readବିଶ୍ୱକପ୍ ୨୦୨୩ ରେ ଭାରତୀୟ କ୍ରିକେଟ୍ ଦଳ ଏକ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍ ଖେଳିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଛି । ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଦେଖିବା ପାଇଁ ଅନେକ ସେଲିବ୍ରିଟ ତଥା ବିଶିଷ୍ଟ ବୂକ୍ତି ବିଶେଷ ମାନେ ଉପସ୍ଥିତ ରହିପାରନ୍ତି । କାରଣ ଟିମ୍ ଇଣ୍ଡିଆ ବିଶ୍ୱକପରେ ଲିଗ୍ ପର୍ଯ୍ୟାୟର ସମସ୍ତ ୧୦ ଟି ମ୍ୟାଚ୍ ଜିତି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଯାହାକୁ ନେଇ ଉଭୟ କ୍ରକେଟ ପ୍ରେମୀ ଓ ଖେଳାଳି ବେଶ ଉତ୍ସାହିତ ରହିଛନ୍ତି । ଏହାର ଅନ୍ତିମ ପର୍ଯ୍ୟାୟରେ ଭାରତୀୟ ଦଳର ବିଶ୍ୱ କପ ହାତେଇବା ନେଇ ସମସ୍ତ ଭାରତୀୟ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ସେପଟେ ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଏବଂ ଖୁସି ଖବର ରହିଛି । ଯାହା ସେମାନଙ୍କ ଆତ୍ମବିଶ୍ୱାସକୁ ଆହୁରି ଦ୍ୱିଗୁଣିତ କରିପାରେ । କାରଣ ଫାଇନାଲ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିପାରନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକପ୍ ୨୦୨୩ ରେ ଭାରତୀୟ ଦଳର ମ୍ୟାଚ୍ ଅନୁସରଣ କରୁଛନ୍ତି ଏବଂ ଦଳର ପ୍ରତ୍ୟେକ ବିଜୟ ପରେ ସେ ସୋସିଆଲ ମିଡିଆରେ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେମିଫାଇନାଲରେ ଭାରତୀୟ ଦଳର ବିଜୟ ପରେ ମଧ୍ୟ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ପ୍ରଶଂସା କରି ଫାଇନାଲରେ ପ୍ରବେଶ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।