ରାମଲଲାଙ୍କ ମଥାରେ ଝଟକିଲା ସୂର୍ଯ୍ୟ ତିଳକ, ମଝି ଆକାଶରେ ଅପୂର୍ବ ଦୃଶ୍ୟ ଦେଖିଲେ ମୋଦୀ ..
1 min readରାମଲଲାଙ୍କ ହେଲା ସୂର୍ଯ୍ୟାଭିଷେକ । ମଥାରେ ଝଲସିଲା ସୂର୍ଯ୍ୟ ତିଳକ । ଗର୍ଭଗୃହରେ ଦିବ୍ୟ ରୂପରେ ଦର୍ଶନ ଦେଲେ ରାମଲଲା । ରାମନବମୀ ଅବସରରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ବିଗ୍ରହର ସୂର୍ଯ୍ୟ ତିଳକ ହୋଇଛି । ଏହି ସମୟରେ ମନ୍ଦିର ଭିତରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ । ବିଶ୍ୱାସ ଏବଂ ବିଜ୍ଞାନର ମିଳନରେ ରାମଲଲାଙ୍କ ସୂର୍ଯ୍ୟାଭିଷେକ କରାଯାଇଛି । ଏହି ସମୟରେ ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିଲା ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ । ୫୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀ ରାମଙ୍କ ସୂର୍ଯ୍ୟାଭିଷେକ ହୋଇଛି ।
ଏହି ଅଲୌକିକ ଦୃଶ୍ୟ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା । ସାରା ବିଶ୍ୱବାସୀ ଏହି ଐତିହାସିକ ମୂହୁର୍ତ୍ତର ମୁକସାକ୍ଷୀ ହୋଇଥିଲା । ତେବେ ଏଭିଳି ଅଲୌକିକ ଦୃଶ୍ୟରୁ ବାଦ୍ ଆମ ପ୍ରଧାନମନ୍ତ୍ରୀ ବାଦ୍ ପଡିବେ ବା କିପରି । ଏହି ମହାର୍ଘ ମୂହୂର୍ତ୍ତର ସାକ୍ଷୀ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯଦିଓ ମନ୍ଦିର ଯାଇ ଦର୍ଶନ କରିପାରି ନଥିଲେ ।
ହେଲେ ପ୍ରଧାନମନ୍ତ୍ରୀ ମଝି ଆକାଶରେ ହେଲିକପ୍ଟରରେ ବସି ଟାବ୍ଲେଟ୍ରେ ରାମଲଲାଙ୍କ ଅପୂର୍ବ ଦୃଶ୍ୟ ଦେଖିଥିଲେ । ସୋସିଆଲ ମିଡିଆ ପ୍ଲାଟଫମରେ ପିଏମ ମୋଦି ଟୁଇଟ୍ କରି କହିଛନ୍ତି, ପ୍ରଭୁ ରାମଙ୍କ ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ । ଏହି ସୂର୍ଯ୍ୟ ତିଳକ ନିଜର ଈଶ୍ୱରୀୟ ଶକ୍ତି ସହିତ ଏହି ଉପାୟରେ ବିକଶିତ ଭାରତର ପ୍ରତ୍ୟେକ ସଂକଳ୍ପକୁ ଆଲୋକିତ କରିବ ।