Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ; ପ୍ରଥମ କିସ୍ତିରେ ରାଜ୍ୟକୁ ଆସିବ ୫ ଲକ୍ଷ ଘର…

1 min read

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ନେଇ ବଡ ଅପଡେଟ୍ । ପ୍ରଥମ କିସ୍ତିରେ ରାଜ୍ୟକୁ ଆସିବ ୫ ଲକ୍ଷ ଘର , ବର୍ଷା ଦିନ ପରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର । ଏନେଇ ସୂଚନା ଦେଇଛନ୍ତି ପଂଚାୟତିରାଜ ମନ୍ତ୍ରୀଙ୍ ରବି ନାୟକ ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ତାର ସଂକଳ୍ପ ପତ୍ରରେ ୧୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବାକୁ ଉଲ୍ଲେଖ କରିଥିଲା। ଓଡ଼ିଶାର ଏସିସିସି ତାଲିକାରେ ୧ ଲକ୍ଷ ୨୦ ହଜାର ରହିଥିବା କହିଛନ୍ତି ମନ୍ତ୍ରୀ। କେନ୍ଦ୍ର ତରଫରୁ ପ୍ରଥମ କିସ୍ତିରେ ରାଜ୍ୟକୁ ୫ ଲକ୍ଷ ଘର ମିଳିଛି। ଆଗାମୀ ଦିନରେ ଏହି ଘରକୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ।

Advertisement

ଘରେ ବାପା ଓ ଦୁଇ ପୁଅ ଥିଲେ, ଯଦି ସେମାନେ ଅଲଗା ରହୁଥିବେ ତାଙ୍କୁ ମଧ୍ୟ ଘର ଦେବାକୁ ଯୋଜନା କରୁଛନ୍ତି ସରକାର।ଅନ୍ୟପଟେ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ରର ଯୋଜନା ହୋଇଥିବାରୁ ପୂର୍ବ ସରକାରଙ୍କ ଆନ୍ତରିକତା ନଥିଲା। ତେଣୁ ଲୋକ ପାଇବାରୁ ବଞ୍ଚିତ ହେଉଥିଲେ।

Leave a Reply

Your email address will not be published. Required fields are marked *