ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ତାଲିକାରେ ଥିବା ଲୋକଙ୍କ ଘର କାଟିଲା ପ୍ରଶାସନ, ଭଙ୍ଗାଘରେ ଦୟନୀୟ ଅବସ୍ଥାରେ ବିତୁଛି ଜୀବନ …..
1 min readବଲାଙ୍ଗୀର : ଗରିବ ଲୋକଙ୍କୁ କାହିଁକି ରାଜ୍ୟ ସରକାରଙ୍କ ଅଣଦେଖା ? ପ୍ରତ୍ୟେକ ଗାଁରେ ଆମ ଗାଁ ଆମ ବିକାଶ କଥା କହୁଛନ୍ତି ହେଲେ ଦୁର୍ଗମ ଅଂଚଳରେ ବିକାଶ ସାଜିଛି ଲୋକଙ୍କ ପାଇଁ ବାଟବଣା । କାଗଜ କଲମରେ ସୀମିତ ରହି ଯାଉଛି ଯୋଜନା ।
କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ଗରିବ ଖଟିଖିଆ ଅସହାୟ ଲୋକଙ୍କୁ ଯୋଜନା ମାଧ୍ୟମରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ସାମିଲ କରି ଘର ଯୋଗାଉଛନ୍ତି । ହେଲେ ସରକାରୀ ବାବୁମାନଙ୍କ ଦୋ ନମ୍ବରିଆ କାମ ଯୋଗୁ ପ୍ରକୃତ ହିତାଅଧିକରୀଙ୍କ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ତାଲିକାରେ ନାଁ ଥାଇ ମଧ୍ୟ ପାଉନାହନ୍ତି ଘର । ହିତାଧିକାରୀଙ୍କ ନାଁକୁ କାଟି ବସାଯାଉଛି ଅନ୍ୟ ଲୋକମାନଙ୍କ ନାଁ । ଏନେଇ ଯୋଗ୍ୟ ହିତାଧିକାରୀମାନେ ଆଜି ଭେଟିଥିଲେ ବିଡିଓ ଚନ୍ଦ୍ରମଣି ନାଗ ଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି ।
ତେବେ ସଇଁନ୍ତଲା ବ୍ଳକ କରମତଲା ପଂଚାୟତ ଭଣ୍ଡାରବାଞ୍ଜି ଗାଁରେ ଦାସରଥୀ ମହାକୁର ଦୀର୍ଘ ବର୍ଷ ହେଲା ଦୟନୀୟ ଅବସ୍ଥାରେ ବାସବାସ କରୁଛନ୍ତି ହେଲେ ଆବାସ ଯୋଜନା ତାଙ୍କ ପାଇଁ ସାତସପନ ପାଲଟିଛି । ସେହିପରି ଫୁଲତୁଳିଙ୍କୁ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଯାଇ ଥିବା ବେଳେ ବଡ଼ ବଡ଼ିଆ ବାବୁ ମାନେ ତାଙ୍କ ନାମ କାଟି ଦେଇ ଥିବା ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଶିଷକେଲା ପଂଚାୟତ ର ସୁଶୀଳା ରଣା, ଜୋଷ୍ଣା ବେହେରା, ଯମୁନା ରଣା, ଅବନ୍ତି ରଣା, ରାଜ କୁମାରୀ ବେହେରା ଭଳି ଅନେକ ମହିଳା ମାନେ ଯୋଗ୍ୟ ହୋଇ ଥିବା ବେଳେ ଅଯୋଗ୍ୟ ଭାବି ତାଙ୍କ ନାଁ କୁ ପ୍ରଶାସନ ତାଲିକାରୁ କାଟି ଦେଇଥିବା ଅଭିଯୋଗ ହୋଇଛି । ଗରିବ ଶ୍ରେଣୀର ଲୋକେ ହୋଇଥିବା ବେଳେ କିଭଳି ଭାବେ ତାଙ୍କ ନାଁ ଗୁଡ଼ିକ କଟାଯାଇଛି ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ଭଙ୍ଗା ଦଦରା ଘରେ ଆଶ୍ରୟ ନେଉଥିବାରୁ କେତେବେଳେ ଅଘଟଣ ଘଟିବ ତାହା ମଧ୍ୟ କହିହେବ ନାହିଁ । ଅନେକ ଥର ଆବାସ ଯୋଜନା ପାଇଁ ଆବେଦନ କରିଥିଲେ ଶେଷରେ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ସାମିଲ ହେଲେ କିନ୍ତୁ ତାଙ୍କ ନାଁ ଗୁଡିକ କାହା ସ୍ୱାର୍ଥ ରେ କାଟି ଦିଆଯାଇଛି ବୋଲି ବିଡ଼ିଓ ଚନ୍ଦ୍ରମଣି ନାଗ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ହିତାଧିକାରୀ ।