Pratidin TV

Odisha's Digital News Platform

ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ , ମୋ ବସ୍ ରୁଟରେ ହେଲା ପରିବର୍ତ୍ତନ …

1 min read

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ  ରାଜଧାନୀରେ  ରୋଡ ସୋ’ କରିବେ  । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ କରିବେ ରୋଡ୍ ଶୋ’ । ଏହି ରୋଡ ସୋ ରାତି ୮.୩୦ଟାରେ ରାଜ୍ୟ କାର୍ଯ୍ୟାଳୟଠାରୁ ବାହାରି ବାଣୀବିହାରଠାରେ ପହଞ୍ଚିବ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ବ୍ୟାପକ  ପ୍ରସ୍ତୁତି ହୋଇଛି । ଅନ୍ୟ ପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ରୋଡ୍ ଶୋ’ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି।

ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ। ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡ଼ି ରାସ୍ତାକୁ ଛଡ଼ାଯିବ ନାହିଁ। ରୋଡ୍ ଶୋ’ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ୍ କରାଯିବ। ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ମୁତୟନ ରହିବେ ।ଏଥି ସହିତ ଦିନ ୨ଟାରୁ ସନ୍ଧ୍ୟା ୬ ଯାଏଁ ମୋ ବସର ରୁଟରେ ପରିବର୍ତ୍ତନ କରାଯାଇଛି । ବସ୍ ନଂ-୯,୧୧,୧୨,୧୬,୨୦,୨୫,୨୬,୩୨, ୩୬, ୩୮, ୮୨ ରାଜମହଲ , ଏଜି ଛକ, ଆଚାର୍ଯ୍ୟ ବିହାର ଦେଇ ବାଣୀବିହାର ଯିବ । ଯାତ୍ରୀଙ୍କ ସୁରକ୍ଷା ପାଇଁ CRUT ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *