Pratidin TV

Odisha's Digital News Platform

ଫ୍ରିଜ ରୁ ମହିଳାଙ୍କ ମୃତ୍ୟ ଦେହ ଉଦ୍ଧାର ଘଟଣା , ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କଲା ପୁଲିସ…

1 min read

ବେଙ୍ଗାଳୁରର ଚାଞ୍ଚଲ୍ୟ । ଫ୍ରିଜ ରୁ ମିଳିଲା ମହିଳା ଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ଜଣେ 29 ବର୍ଷୀୟା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟିଦେଲା ରାକ୍ଷାସ  । ଲୋକଙ୍କୁ ଯେଭଳି ଜଣା ନପଡିବ ସେଥିପାଇଁ ଫ୍ରିଜରେ ରଖିଦେଲା । ତେବେ ଦୁର୍ଗନ୍ଧ ହେବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣାର ତଦନ୍ତ କରି ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ପୁଲିସ। ଏନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି। ସନ୍ଦିଗ୍ଧ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ସେପ୍ଟେମ୍ବର ୨୧ରେ ବେଙ୍ଗାଲୁରର ଏକ ଫ୍ଲାଟରେ ଥିବା ରେଫ୍ରିଜେରେଟରରୁ ୩୦ ଖଣ୍ଡ କଟା ଶରୀର ମିଳିଥିଲା। ପରବର୍ତ୍ତୀ ସମୟରେ ଏହା ଜଣେ 29 ବର୍ଷୀୟ ମହିଳା ମହାଲକ୍ଷ୍ମୀଙ୍କର ବୋଲି ଜଣାପଡିଥିଲା। ତେବେ କିଏ ତାଙ୍କୁ ହତ୍ୟା କରିଛି ସେନେଇ ତଦନ୍ତ ଚାଲି ଥିବାବେଳେ କର୍ଣ୍ଣାଟକ ପୁଲିସ ପଶ୍ଚିମବଙ୍ଗର ଜଣେ ସନ୍ଦିଗ୍ଧ ଅଶରଫକୁ ଚିହ୍ନଟ କରିଛି। ଖୁବ୍ ଶୀଘ୍ର ତାଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା ଚଳାଇଥିବା କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି।

Advertisement

ଆପଣଙ୍କୁ କହିରଖୁଛୁ ଯେ, ମୃତ ମହିଳା ଜଣଙ୍କ ବିବାହିତ ହୋଇଥିଲେ ମଧ୍ୟ କୌଣସି କାରଣରୁ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ । ଏକ ମଲରେ କାର୍ଯ୍ୟ କରି ଜୀବୀକା ନିର୍ବାହ କରୁଥିଲେ ମହିଳା ଜଣଙ୍କ । ଘଟଣା ସମ୍ପର୍କରେ ଖବର ପାଇବା ପରେ ମହିଳାଙ୍କ ସ୍ୱାମୀ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ । ତେବେ ମହିଳାଙ୍କୁ କିଏ ହତ୍ୟା କରିଛି ଏବଂ କଣ କାରଣ ରହିଛି ତାହାର ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *