Pratidin TV

Odisha's Digital News Platform

ଟ୍ରେନିଙ୍ଗ ପରେ ଚାକିରି ଦେବା ନାଁରେ ଠକେଇ,ପିଲାଙ୍କ ଷ୍ଟାଇପେନ ଟଙ୍କା ଖାଇଗଲେ ପ୍ରିନ୍ସପାଲ

ଦେଓଗଡ : ସିଲେଇ ମେସିନ ଟ୍ରେନିଙ୍ଗ ନାଁରେ ଠକେଇ , ଖାଇଗଲେ ପିଲାଙ୍କ ଷ୍ଟାଇପେନ ଟଙ୍କା, ପରିକ୍ଷା ଫି ବାବଦକୁ ୫୦୦ ଟଙ୍କା ନେଉଥିବା ବେଳେ ସାଟିଫିକେଟ ପାଇଁ ୭ ହଜାର ଟଙ୍କା ଦାବି କରୁଥିବା ଅଭିଯୋଗ କଲେ ଛାତ୍ରୀ ଓ ଅଭିଭାବକ ।

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଟୁସୁଳା ଗ୍ରାମର ୬ ଜଣ ଝିଅ ଛୁଆଙ୍କୁ ସିଲେଇ ମେସିନ ଟ୍ରେନି ଦେଇ ଚାକିରି କରେଇ ଦେବା ନାଁରେ ଠକେଇ ହୋଇଥିବା ଜଣାପଡ଼ିଛି । ଦେବଗଡ଼ ସହରରେ ଶିଳ୍ପ ତାଲିମ କେନ୍ଦ୍ରର ଆଦିବାସି ଅର୍ଥଅଭାବି ଗରିବ ପିଲାଙ୍କ ସିଲେଇ ମେସିନ ଓ ପାଠପଢା ପାଇଁ ସରକାରଙ୍କ ତରଫରୁ ମିଳିଥିବା ଷ୍ଟାଇପେନ ଟଙ୍କା ପ୍ରିନ୍ସପାଲ ଖାଇଦେଇଥିବା ଅଭିଯୋଗ ଆସିଛି । ଛୁଆଙ୍କ ଆଡମିସନ ୧୦୦ ଟଙ୍କା ଓ ରହିବା ଖାଇବା ତା ସାଙ୍ଗକୁ ଫ୍ରୀ ରେ ଟ୍ରେନି ଓ ସାଟିଫିକେଟ ଦେବା କହି ପିଲାଙ୍କୁ ଠକୁଥିଲେ ପ୍ରିନ୍ସପାଲ । ଆଡମିସନ ସରିଲା ପରେ ଦେବଗଡ଼ରେ ପଢିବାକୁ କହି ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ରଜାମୁଣ୍ଡା ଟ୍ରେନିଙ୍ଗ ସେଣ୍ଟରକୁ ପଠାଇ ଦେଉଥିଲେ । ଉପରସ୍ଥ ଅଧିକାରୀ ଅଡିଟ ପାଇଁ ଆସିଲେ ପିଲାଙ୍କୁ ତୁରନ୍ତ ଦେବଗଡ଼ ଶିଳ୍ପ ସିଲେଇ ତାଲିମ କେନ୍ଦ୍ରରେ ଉପସ୍ଥାପନା ଦେବାକୁ ଅଡର ଦେଉଥିଲେ । ଏମିତି ଗାଁକୁ ଗମନା ଗମନ ପାଇଁ କୈ।ଣସି ସୁବିଧା ନଥିବାବେଳେ ଝିଅ ପିଲା ମାନେ ରାତାରାତି ଟ୍ରେନିଙ୍ଗ ସାରି ଘରକୁ ପହଞ୍ଚନ୍ତି ।

ଏଠାରେ ପ୍ରଶ୍ନ ଆସୁଛି ଯଦି ଠିକ ନିୟମରେ କଲେଜରେ ପାଠପଢା ଚାଲିଛି ତାହାଲେ ଦେବଗଡରୁ ସୁନ୍ଦରଗଡ଼ ବାରମ୍ବାର ହଇରାଣ କରୁଛନ୍ତି କାହିଁକି ? ଛାତ୍ରୀମାନେ ଘରୁ ଯିବା ଆସିବା କରି ଗ୍ୟାସ,ଚାଉଳ,ପଇସା ନେଇ ପାଠ ପଢିଲେ ଏବେ ସେଠାରେ ତାଙ୍କ ରହିବା ଖାଇବା ବାବଦକୁ ସରକାରଙ୍କ ତରଫରୁ ମିଳିଥିବା ଷ୍ଟାଇପେନ ଟଙ୍କା କଲେଜ କୁ ଦେବା କହି ବିଭିନ୍ନ ସମୟରେ ଖାତାକୁ ଆସୁôଥବା ୧୭ ହଜାର ଟଙ୍କା ପ୍ରିନ୍ସପାଲ ନେଇ ଯାଉôଥବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଆମ ଷ୍ଟାଇପେନ ପଇସା ଆମର ବୋଲି କହିବାରୁ ଛାତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ନିର‌୍ୟାତନା ଦେବାସହ ପଈଶା ନଦେଲେ ଫର୍ମଫିଲଅପ୍ କରା ହେବନାହିଁ କି ମେଟ୍ରିକ ସାର୍ଟିପିକେଟ ଦିଆଯିବ ନାହିଁ ବୋଲି ଧମକ ମଧ୍ୟ ଦେଉଥିଲେ ।ଖବର ପାଇ ଉତ୍କଳ ଗ୍ରାମିଣ ବ୍ୟାଙ୍କ, କଣ୍ଟାପାଲି ଶାଖାକୁ ପହଞ୍ଚି ଥିଲେ ଆମ ଜିଲ୍ଲା ପ୍ରତିନିଧି । ସେଠାରେ ପିଲାଙ୍କ ଖାତାରୁ ଟଙ୍କା ଉଠାଇ ପିଲାଙ୍କ ଖର୍ଚ ବାବଦକୁ ମିଳିଥିବା ଟଙ୍କା ପ୍ରିନ୍ସପାଲ ସାର ପଠାଇଥିବା ପିଅନ ରନ୍ଜିତ କିସାନ ଆସି ନେଉଥିବା ମଧ୍ୟ ନିଜେ ସ୍ୱିକାର କରିଛନ୍ତି । ସଠିକ ଭାବରେ ଏହାର ତଦନ୍ତ କରିବା ସହିତ ଛାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଭାବକ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *