Pratidin TV

Odisha's Digital News Platform

ରାତି ଅଧରେ ଛାତ୍ରୀକୁ I LOVE YOU ମେସେଜ୍ କରୁଛନ୍ତି ପ୍ରିନ୍ସପାଲ।

ରାୟଗଡା : କଲେଜରେ ପ୍ରିନ୍ସପାଲଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଆଣି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ କରିଥିବା ଅଭିଯୋଗର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଲେ ଜିଲ୍ଲାପାଳ। ଛାତ୍ରୀଙ୍କୁ ଡାକି, ସେମାନଙ୍କୁ ଖରାପ ବ୍ୟବହାର କରିବା କିମ୍ବା ମୋବାଇକୁ ମେସେଜ କରୁଥିବା ଅଭିଯୋଗ ଆସିଛି।

ଏହିଭଳି ଅଭାବନୀୟ ଘଟଣା ଦେଖିବା କୁ ମିଳିଛି ରାୟଗଡ଼ା ଜିଲ୍ଲା ବିସମ କଟକ ସିଟି କଲେଜରେ ଆଜି ଅନେକ ଛାତ୍ର ଛାତ୍ରୀମାନେ କଲେଜର କାର୍ଯ୍ୟାରତ ପ୍ରିନ୍ସପାଲ ସରତ ଚନ୍ଦ୍ର ସେଠଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଯାହାକି ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଲାଗିଛି ଏକ ବଡ଼ କଳଙ୍କର ଚିହ୍ନ। ଉକ୍ତ ସ୍କୁଲର ଛାତ୍ରୀ ଓ ଛାତ୍ର ମାନଙ୍କ ସହିତ ଦୁର୍ବ୍ୟବହାର ସହିତ, ଛାତ୍ରୀ ମାନଙ୍କୁ ବିଳମ୍ବିତ ରାତି ସମୟରେ ନିଜ ରୁମକୁ ଡାକି ଗୋଡ଼ ହାତ ଚିପିବା ପାଇଁ କହିବା ସହିତ ଦୁର୍ବ୍ୟବହାର କରିବା ତାହା ସହିତ ଛାତ୍ରୀ ମାନଙ୍କ ଶୌଚାଳୟ ରେ ସିସିଟିଭି କ୍ୟାମେରା ଲଗାଇବା ଏବଂ ସେମାନଙ୍କ ମୋବାଇଲକୁ ଖରାପ ମ୍ୟାସେଜ କରିବା ଭଳି ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ।

ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ବିଚିତ୍ରା ସେଠି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ବଶନ୍ତ ନାୟକା ପିଲାମାନଙ୍କ ସମସ୍ୟାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ସହିତ ବର୍ତ୍ତମାନ ଜିଲ୍ଲା ଶିକ୍ଷାଅଧିକାରୀ ବଶନ୍ତ କୁମାର ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ବିଚିତ୍ରା ସେଠି ସ୍କୁଲର ସମସ୍ୟାକୁ ନେଇ ଆଲୋଚନ କରି।ପରେ ଛାତ୍ର ଛାତ୍ରୀ ଜିଲ୍ଲାପାଳ ଙ୍କୁ ଭେଟି ସେମାନଙ୍କ ଉପରେ ହେଉଥିବା ସମସ୍ୟା ବିଷୟରେ ଅବଗତ କରିବା ପରେ, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନହେବା ନେଇ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ।

ଏହି ବିଷୟ ନେଇ ପ୍ରିନ୍ସପାଲ ସରତଚନ୍ଦ୍ର ସେଠ ଙ୍କୁ ପଚାରିବାରୁ ସେ ମାନେ ମୋ ଝିଅ ପରି ମୁ ସବୁବେଳେ ତାଙ୍କ ଭଲ ଚିନ୍ତା କରେ ଏହି ସବୁ ମିଥ୍ୟା ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *