Pratidin TV

Odisha's Digital News Platform

ପରୀକ୍ଷାରେ କପିକୁ ବିରୋଧ କରିବାରୁ ଛାତ୍ରୀଙ୍କୁ ପରୀକ୍ଷା ହଲରୁ ବିଦା କରିଦେଲେ ପ୍ରିନ୍ସପାଲ !

ଦେବଗଡ଼ : କପିକୁ ବିରୋଧ କରିବାରୁ ଛାତ୍ରୀଙ୍କୁ ପରୀକ୍ଷା ହଲରୁ ପ୍ରିନ୍ସପାଲ ବାହାର କରିଦେବା ଘଟଣା ସାମ୍ନାକୁ ଆସିଛି । ଏପରି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ଯୁକ୍ତ ୩ ମହାବିଦ୍ୟାଳୟରେ । ପରୀକ୍ଷାରୁ ବଞ୍ଚିତ ରହିଥିବାରୁ କଲେଜ ଛାତ୍ରୀ ଜଣଙ୍କ ଅବିଭାବକଙ୍କୁ ଜଣାଇବା ପରେ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି । ପରୀକ୍ଷା ଚାଲୁଥିବା ବେଳେ ୨ଘଣ୍ଟା ପର୍ଯ୍ୟନ୍ତ ପିଲାମାନଙ୍କୁ ପାତର ଅନ୍ତର କରିବା ଯୋଗୁଁ ପ୍ରିନ୍ସପାଲଙ୍କ ବିରୋଧରେ ଷ୍ଟ୍ରାଇକରେ ବସିଛନ୍ତି ସମସ୍ତ ଛାତ୍ରଛାତ୍ରୀ ।

ସୂଚନା ଅନୁଯାୟୀ ଆଜି ୪ର୍ଥ ସେମିଷ୍ଟାର ଏଜୁକେସନ ପରିକ୍ଷା ଚାଲୁଥିବା ବେଳେ ପିଲାମାନଙ୍କୁ ପାତର ଅନ୍ତର କରି ଅଧ୍ୟ୍ୟାପକ ଜଣଙ୍କ କପି ଦେବା ସହ କପିକୁ ପ୍ରଶୟ ଦେଉଥିବା ଦେଖି ଛାତ୍ରୀଜଣଙ୍କ ଅଭିଯୋଗ କଲାପରେ ସଂପୃକ୍ତ ଛାତ୍ରୀ ଜଣଙ୍କୁ ପରୀକ୍ଷାରୁ ବଞ୍ଚିତ କରିବା ସହିତ ପରୀକ୍ଷା ସରିବାର ୨୦ମିନିଟ ଆଗରୁ ପ୍ରିନ୍ସପାଲ ଫକିରମୋହନ ସାହୁ ହଲରୁ ବାହାରେ ଛିଡା କରିଦେଇଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । କଲେଜରେ ବର୍ଷକରେ ପିଲାଙ୍କୁ ଠିକ ଭାବରେ କ୍ଲାସ ହେଉନଥିବା ମଧ୍ୟ ଜଣାପଡିଛି । ଘଟଣା ଜଣାପଡିବା ପରେ ଏ ବାବଦରେ ପ୍ରୀନ୍ସପାଲଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମ କଲେଜରେ ସବୁଆଡେ ସିସିଟିଭି ଲାଗିଛି । ଏମିତିକି ପ୍ରଶ୍ନପତ୍ର ରଖାଯାଉଥିବା ସ୍ଥାନରୁ ଆରମ୍ଭ କରି ପରୀକ୍ଷା ହଲରେ ମଧ୍ୟ ସିସିଟିଭି ଅଛି । ଆମେ ଛାତ୍ରୀଙ୍କୁ ପରୀକ୍ଷା ହଲରୁ ବାହାରକରିବା ପଛର ମୁଖ୍ୟ କାରଣ ସେ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ ପରୀକ୍ଷା ହଲରେ ପାଟି କରୁଥିଲେ ।

ଅନ୍ୟପଟେ ଛାତ୍ରୀ ଜଣଙ୍କ ଏହାକୁ ଖଣ୍ଡନ କରିଛନ୍ତି । ସେହିପରି ଘଟଣାଟି ସାମ୍ନାକୁ ଆସିଲାପରେ ଅଭିଭାବକ ମହଲରେ ତୀଵ୍ର ନିନ୍ଦାକରିବା ସହ ପ୍ରିନ୍ସପାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ସୂଚନା ପାଇ ରିଆମାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *