Pratidin TV

Odisha's Digital News Platform

ରାଷ୍ଟ୍ରପତି ଭବନରେ ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

1 min read

ବ୍ୟାଡିମିଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ନିଆରା ଅନ୍ଦାଜରେ ଆସିଲେ ନଜର | ଅଲମ୍ପିକ୍ସ ବିଜେତା ସାଇନାଙ୍କ ସହ ଖେଳିଲେ ବ୍ୟାଡ଼ମିଟନ | ବ୍ୟାଡ଼ମିଟନ କୋଟରେ ସାଲୱାର ସୁଟରେ ଖେଳିଛନ୍ତି ମହାମହିମ | ଅଲମ୍ପିକ୍ସ ବ୍ରୋଞ୍ଜ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡ଼ମିଟନ ଖେଳିବାର ନଜର ଆସିଛନ୍ତି ରାଷ୍ଟ୍ରପତି |

ବୁଧବାର ରାଷ୍ଟ୍ରପତି ଭବନରେ ଥିବା ବ୍ୟାଡ଼ମିଟନ କୋଟରେ ଏଭଳି ଖେଳିଛନ୍ତି ମହାମହିମ | ତେବେ ବିଶ୍ୱ ମଞ୍ଚରେ ମହିଳା ଖେଳାଳି ବଡ ପ୍ରଭାବ ପକାଇଥିବା ବେଳେ ଭାରତ ଏକ ବ୍ୟାଡ଼ମିଟନ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି | ଆଉ ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ବ୍ୟାଡ଼ମିଟନ ଖେଳ ଏକ ପ୍ରେରଣାଦାୟକ ପଦକ୍ଷପ | ତେବେ ବେଶ ଖୁସିରେ ବ୍ୟାଡ଼ମିଟନ ଖେଳୁଥିବାର ରାଷ୍ଟ୍ରପତି ନଜର ଆସିଛନ୍ତି | ସେ ତାଙ୍କ ସୋସିଆଲ ମିଡ଼ିଆ Xରେ ଏହାକୁ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି |

Leave a Reply

Your email address will not be published. Required fields are marked *