Pratidin TV

Odisha's Digital News Platform

କଟକ ବଡ ମେଡିକାଲରେ ଚିକତ୍ସାଧୀନ ଅବସ୍ଥାରେ ଚାଲିଗଲା ବିଚାରାଧୀନ କଏଦୀଙ୍କ ଜୀବନ

1 min read

ଜଣେ କଏଦୀ କାରାଗାର ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ତେବେ ଏହା କେନ୍ଦୁଝର ଜିଲ୍ଲା କାରାଗାର ପରିସରରେ ଜଣେ ବିଚାରିଧିନ କଏଦୀ ଏପରିପାଦ ଉଠାଇଛନ୍ତି | କଏଦୀ ନାମ ଅଜୟ ଦାସ ଏବଂ ତାଙ୍କ ଘର ସଦର ଥାନା ଅନ୍ତର୍ଗତ କାଠବାରି ପଞ୍ଚାୟତରେ ବୋଧବାହାଳି ଗ୍ରାମରେ ବୋଲି ଜଣାପଡିଛି । ଗତ କାଲି ଅପରାହ୍ନ ୧ଟା ୨୦ରେ ଜେଲ ପରିସରରେ ପାଇଖାନା ଟାଙ୍କିରେ ସଂଯୋଗ ଥିବା ଏକ ପାଇପରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଜେଲ ୱାର୍ଡର ଦେଖି ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପୁରୁଷ ଭେଷଜ ୱାର୍ଡରେ ଗତକାଲି ୨ଟା ୫ଟାରେ ଭିର୍ତ୍ତି କରିଥିଲେ । ପରେ ତୁରନ୍ତ ଗୁରୁତର ଅବସ୍ଥାରେ ଗତକାଲି ଅପରାହ୍ନ ୩ଟାରେ କଟକ ବଡଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ।

କଏଦୀ ଅଜୟ ଦାସ ଏକ ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ଗତ ୧୧ ମାସ ହେବ କେନ୍ଦୁଝର ଜେଲରେ ବିଚାରଧିନ କଏଦୀ ଭାବେ ଥିଲା । ତେବେ ଆତ୍ମହତ୍ୟା ଉଦ୍ୟମ ପରେ ତାଙ୍କୁ ମେଡିକାଲ ନେବା ପରେ ଚିକିତ୍ସା ଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ,ଜେଲ ଭିତରେ ସୁରକ୍ଷାରେ ଅବହେଳା ପାଇଁ ଅଘଟଣ ଘଟିଛି ନା ଅନ୍ୟ କେଉଁ କାରଣରୁ ଏହା ଘଟିଛି ତାହା ତଦନ୍ତ ହେଲେ ଜଣାପଡିବ । ଜେଲରେ ସୁରକ୍ଷା ତ୍ରୁଟି ପାଇଁ ଏପରି ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ଏନେଇ ଜେଲ ସୁପରିଟେଣ୍ଡଟେ କ୍ୟାମେରା ସାମ୍ନା ରେ କିଛି କହିବାକୁ ମନା କରିଦେଇଥିଲେ | ତେବେ ଜେଲ ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଚର୍ଚ୍ଚା ହେଉଛି ।

Advertisement

Leave a Reply

Your email address will not be published. Required fields are marked *