ବଡ ସୂଚନା ଦେଲେ ଆଇନ ମନ୍ତ୍ରୀ; କହିଲେ ରତ୍ନଭଣ୍ଡାରରେ ନାହିଁ କୌଣସି ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରି…
1 min readରତ୍ନଭଣ୍ଡାରକୁ ନେଇ ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତ ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ । ଯାହାକି ପ୍ରାଥମିକ ଆଲୋଚନାରୁ ଜଣାପଡ଼ିଛି।
ଆଇନ ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ଭିତରେ ଫାଟ ଗୁଡ଼ିକ ଥିବା ଜଣାପଡ଼ିଛି। ସେହି ଫାଟ ଗୁଡ଼ିକୁ ମରାମତି କରାଯିବ। ମରାମତି ପାଇଁ ପ୍ରାୟ ଦେଢ଼ ମାସ ସମୟ ଲାଗିବ। ସର୍ଭେ ରିପୋର୍ଟ ଆସିବାକୁ ସମୟ ଲାଗୁଛି। ଅଫିସିଆଲି ସର୍ଭେ ରିପୋର୍ଟ ଆସିବା ପରେ ତୁରନ୍ତ ମରାମତି କାମ ଆରମ୍ଭ କରାଯିବ। ରତ୍ନଭଣ୍ଡାର ମରାମତି ପାଇଁ ASI ପ୍ରସ୍ତୁତ ଅଛି। ଏଏସ୍ଆଇ ରତ୍ନଭଣ୍ଡାର ମରାମତି କାମ କରି ସାରିବା ପରେ ଗଣତି ମଣତି କରିବାକୁ ଯେତେ ଶୀଘ୍ର ଚେଷ୍ଟା କରିବୁ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ରହିଛି। କାର୍ତ୍ତିକ ପୂର୍ଣ୍ଣମୀ ପରେ ମରାମତି କାମ ଆରମ୍ଭ କରାଯିବ।
ରତ୍ନଭଣ୍ଡାର ମରାମତି କାମ ସରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ଗୁଡ଼ିକ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ତା’ପରେ ରତ୍ନ ଭଣ୍ଡାର ଭିତରେ ଗଣତିମଣତି କରାଯିବ। ପ୍ରାୟ ଗୋଟିଏ ସପ୍ତାହ ଭିତରେ ଗଣତି ମଣତି ପ୍ରକ୍ରିୟା ସରିଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ତେବେ ବାହାର ଓ ଭିତର ରତ୍ନ ଭଣ୍ଡାର ଖୋଲାଯିବା ପରେ ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ ସୁଡ଼ଙ୍ଗ ନଥିବା ଜଣାପଡିଛି ।