Pratidin TV

Odisha's Digital News Platform

ହାତରେ ଝାଡୁ ଧରି ବସ ଟର୍ମିନାଲକୁ ନିଜେ ସଫା କଲେ ଘରୋଇ ବସ ମାଲିକ ସଂଘ

1 min read

ବଲାଙ୍ଗୀର : ହନ୍ତସନ୍ତ ହେଉଛନ୍ତି ଯାତ୍ରୀ , ଚାରିଆଡ଼େ ଅଳିଆ ଆବର୍ଜ୍ଜନା ପଡ଼ି ରହିଥିବାରୁ ଦୁର୍ଗନ୍ଧ ବାହାରୁଛି। ଏଭଳି ଏକ ଶୋଚନୀୟ ଅବସ୍ଥା ବଲାଙ୍ଗିର ବସ୍ ଟର୍ମିନାଲରେ ଦୀର୍ଘ ଦୁଇ ମାସ ହେବ ଲଗାତାର ଦେଖିବାକୁ ମିଳୁଛି। ଆଜି ବଲାଙ୍ଗୀର ଘରୋଇ ବସ୍ ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ସକାଳୁ ସକାଳୁ ବସ୍ ଟର୍ମିନାଲକୁ ପହଞ୍ଚି ସଫେଇ କରିଥିଲେ।

ସୁଚନା ଅନୁଯାୟୀ ଗତ ଦୁଇ ମାସ ହେବ ସଫେଇ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ବକେୟା ଦରମା ନ ପାଇବାରୁ କାର୍ଯ୍ୟରେ ଯୋଗ ଦେଇନଥିଲେ। ଫଳରେ ବସ୍ ଷ୍ଟାଣ୍ଡରେ କୁଢ଼ କୁଢ଼ ମଇଳା ଆବର୍ଜନା ପଡ଼ି ରହିଥିବାରୁ ଯାତ୍ରୀମାନେ ଘରୋଇ ମାଲିକଙ୍କୁ ଅଭିଯୋଗ କରିଥିଲେ। ବସ୍ ମାଲିକ ସଂଘ ସଫେଇ କର୍ମଚାରୀଙ୍କ ସହ ଆଲୋଚନା ପରେ ତାଙ୍କର ସମସ୍ୟା ବୁଝିଥିଲେ। ସଂଘ କହିଛି OSRTC ବଲାଙ୍ଗିରର ଏହି ନୂତନ ବସ୍ ଟର୍ମିନାଲର ରକ୍ଷଣା ବେକ୍ଷଣ ଦାୟିତ୍ଵ ବହନ କରୁଥିଲା।

OSRTC ହଠାତ କାହାକୁ ନ ଜଣାଇ ଏକ ଘରୋଇ ସଂସ୍ଥାକୁ ବସ୍ ଟର୍ମିନାଲର ଠିକା ଦେଇଥିଲା। ସେହି ସଂସ୍ଥା ଦୀର୍ଘ ଦୁଇ ମାସ ହେବ ସଫେଇ କର୍ମଚାରୀ ଓ ସିକ୍ୟୁରିଟୀ ଗାର୍ଡ ମାନଙ୍କୁ ଦରମା ନଦେଇ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏହାପରେ ଘରୋଇ ବସ୍ ମାଲିକ ସଂଘ ସଫେଇ ପାଇଁ ଅଣ୍ଟା ଭିଡ଼ିଥିଲେ। ସକାଳୁ ସଂଘର କର୍ମକର୍ତ୍ତା ମାନେ ହାତରେ ଝାଡ଼ୁ ଧରି ବସଷ୍ଟାଣ୍ଡ ସଫେଇ କରିଥଲେ। ଘରୋଇ ମାଲିକ୍ ସଂଘ ଆହୁରି ମଧ୍ୟ କହିଛି ଯାତ୍ରୀସେବା ପାଇଁ ଆମେ ଅଣ୍ଟା ଭିଡ଼ିଛୁ ଆଗକୁ ମଧ୍ୟ ଯାତ୍ରୀ ସେବା ଯୋଗାଇ ଦେବୁ। ଯଦି ଆମକୁ ଏହି ନୁତନ ବସ୍ ଟର୍ମିନାଲ ର ରକ୍ଷଣା ବେକ୍ଷଣ ଦାୟିତ୍ଵ ଦିଆଯାଏ ତାହାହେଲେ ଆମେ ତୁଲାଇବା ପାଇଁ ରାଜି ଅଛୁ ବୋଲି କହିଛି ସଙ୍ଘ।

Leave a Reply

Your email address will not be published. Required fields are marked *