ଆସନ୍ତା ୨୦ ତାରିଖରେ ହେବ ବସ ଧର୍ମଘଟ,ପ୍ରଭାବିତ ହୋଇପାରନ୍ତି ଲୋକେ…
1 min readପାର୍ବଣ ସମୟରେ ରାଜ୍ୟରେ ଠପ ହୋଇପାରେ ବସ ସେବା । ପୁଣିଥରେ ବସ ଧର୍ମଘଟ ପାଇଁ ଡାକରା ଦେଇଛି ରାଜ୍ୟର ଘରୋଇ ବସ ମାଲିକ ସଂଘ । କାରଣ ଆସନ୍ତା ୨୦ ତାରିଖରେ ରାଜ୍ୟ ସାରା ବସଚଳାଚଳ ବନ୍ଦ କରିବାକୁ ବସ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଗତ ଅକ୍ଟୋବର ୧୦ ତାରିଖ ଦିନ ରାଜ୍ୟ ବସ ମାଲିକା ସଂଘ ବନ୍ଦ ଡାକରା ଦେଇଥିଲା । ବସ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ବସିଥଲା । ହେଲେ ଆଲୋଚନା ସଫଳ ହୋଇ ପାରିନଥିଲା । ବସ ଧର୍ମଘଟକୁ ଅକ୍ଟୋବର ୩୧ ତାରୀଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ଘରୋଇ ବସ ମାଲିକ ସଂଘ । କିନ୍ତୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଆସନ୍ତା ୨୦ ବସ ଧର୍ମଘଟ ପାଇଁ ନିଷ୍ପତ୍ତି ନିଆଯାଇଛି । ସେପଟେ ବସ ଚଳାଚଳ ବନ୍ଦ ହେବା ଯୋଗୁଁ ପ୍ରଭାବିତ ହୋଇପାରନ୍ତି ସାଧାରଣ ଲୋକେ ।