ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ; ହନ୍ତସନ୍ତ ହେବେ ଯାତ୍ରୀ , ୨୦ ତାରିଖରୁ ଠପ୍ ଘରୋଇ ବସ୍ ସେବା ..
1 min readଭୁବନେଶ୍ୱର ; ଆସନ୍ତାକାଲିଠୁ ରାଜ୍ୟବ୍ୟାପି ଗଡିବନି ଘରୋଇ ବସ୍ । ସାରା ରାଜ୍ୟରେ ୨୦ ତାରିଖରୁ ବସ୍ ଧର୍ମଘଟ । ପ୍ରଥମେ ମୋ ବସ୍ ଆଉ ଏବେ ସରକାର ଲକ୍ଷ୍ମୀ ବସ୍ ଗଡାଇଛନ୍ତି । ଯାହା ଫଳରେ ଘରୋଇ ବସ୍ ମାଲିକ ଓ କର୍ମଚାରୀଙ୍କ ରୋଜଗାର ଠପ୍ ହେବାକୁ ବସିଛି । ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ୱେ ସରକାର ପ୍ରତିଶ୍ରୁତି ପୂରଣ କରୁନଥିବାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଘରୋଇ ବସ ମାଲିକ ସଂଘ ।
ସଂଘ କହିଛି, ଗତ ୧୦ ତାରିଖରେ ସରକାରଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ଲକ୍ଷ୍ମୀ ବସକୁ ବ୍ଲକ ସ୍ତରରେ ସୀମିତ ରଖି ଜିଲ୍ଲା ମୁଖ୍ୟାଳୟକୁ ଚଳାଇବେ ନାହିଁ ବୋଲି କହିଥିଲେ ରାଜ୍ୟ ସରକାର। କିନ୍ତୁ ସରକାର ଏହାକୁ ଭାଙ୍ଗିଛନ୍ତି । ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିବା ୬ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଜିଲ୍ଲା ମୁଖ୍ୟାଳୟକୁ ଚଳାଇଛନ୍ତି। ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିନଥିବାରୁ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟ ଘରୋଇ ବସ୍ ମାଲିକସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।
ଅନ୍ୟପଟେ ପାର୍ବଣ ସମୟରେ ଲୋକ ଘରୋଇ ବସ୍ ଉପରେ ଅଧିକାଂଶ ନିର୍ଭର କରୁଥିବାରୁ ଏହି ଧର୍ମଘଟ ଯାତ୍ରୀମାନଙ୍କୁ ହାଇରାଣ କରିପାରେ । ଲୋକମାନଙ୍କ ଯିବା ଆସିବାରେ ଅନେକ ସମସ୍ୟା ଦେଖାଦେଇପାରେ ।