Pratidin TV

Odisha's Digital News Platform

ଦିନକ ପରେ ରାସ୍ତାରେ ଗଡିବନି ଆଉ ଘରୋଇ ବସ, ଦାବି ନ ଶୁଣିବାରୁ ଧର୍ମଘଟ କରିବା ନେଇ କଲେ ଘୋଷଣା..

1 min read

ଭୁବନେଶ୍ୱର: ଶୁଣିଲେନି ଦାବି । କାଲିଠୁ ଧର୍ମଘଟ କରିବ ବସ ସଂଘ । ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ହେବ ବସ୍ ଧର୍ମଘଟ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରେ ଗଡିବନି ଘରୋଇ ବସ୍ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ ବସ୍ ଧର୍ମଘଟ ଚାଲିବ ବୋଲି ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥର ଧର୍ମଘଟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଲାଗିଥିବା ବସ୍ ଗୁଡ଼ିକ ମଧ୍ୟ ସାମିଲ ହେବ । ଅର୍ଥାତ ଶିକ୍ଷାନୁଷ୍ଠାନରେ ନିୟୋଜିତ ପ୍ରାଇଭେଟ୍ ବସ୍ ଗୁଡ଼ିକ ୧୦ ତାରିଖରୁ ଆଉ ଗଡ଼ିବନାହିଁ । ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ସରକାର ଦାବି ପୂରଣ ନ କରିବା ଯାଏଁ ରାଜ୍ୟ ଚାଲିବ ଆନ୍ଦୋଳନ । ରବିବାର ଅଲ ଓଡିଶା ଘରୋି ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ପରେ ଏହି ଘୋଷଣା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *