Pratidin TV

Odisha's Digital News Platform

କୁଚିଣ୍ଡାରୁ ଗଡିବନି ଘରୋଇ ବସ, ବସ ମାଲିକ ସଂଘର ବଡ ଚେତାବନୀ

1 min read

ଘରୋଇ ବସ ଚଳାଚଳକୁ ନେଇ କୁଚିଣ୍ଡା – ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ବସ୍ ଟାଇମିଂଙ୍ଗ କୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ଝାରସୁଗୁଡା ଘରୋଇ ମାଲିକ ସଂଘ କୁଚିଣ୍ଡାର ଏକ ବସକୁ ଅଟକାଇ ଦେଇଥିଲେ। ଏହାକୁ ବିରୋଧ କରି କୁଚିଣ୍ଡା ଘରୋଇ ମାଲିକ ସଂଘ ମଧ୍ୟ୍ୟ ଝାରସୁଗୁଡା ର ଏକ ବସ କୁ ଅଟକ ରଖିଥିଲେ।

ମାତ୍ର ଏହି ବିବାଦ ମଧ୍ୟ୍ୟରେ କୁଚିଣ୍ଡା ଥାନାର ଜୈନିକ ଏଏସଆଇ ହସ୍ତକ୍ଷେପ କରି ଝାରସୁଗୁଡା ବସକୁ ଯିବାକୁ ଦେଇଥିଲେ।ପୋଲିସ ର ଏଭଳି କାର୍ଯ୍ୟ ତଥା ଝାରସୁଗୁଡା ଘରୋଇ ବସ ମାଲିକ ସଂଘ ର ମନମାନି କୁ ବିରୋଧ କରି ଆଜି ଠାରୁ କୁଚିଣ୍ଡା ଘରୋଇ ବସ ଚଳାଚଳଙ୍କୁ ବନ୍ଦ କରିଛି। ଏଠାରେ କୁଚିଣ୍ଡା ଘରୋଇ ବସ ସଂଘ କର୍ମକର୍ତ୍ତା ଜଣାଇଛନ୍ତି ପୂର୍ବରୁ ଝାରସୁଗୁଡା ଠାରୁ ଏକ ବସ ଅନୁଗୁଳ ଚଳାଚଳ କରିଥିଲା ସେତେବେଳେ ଝାରସୁଗୁଡା ଓ କୁଚିଣ୍ଡା ବସ ଚଳାଚଳ ମଧ୍ୟରେ ବିବାଦ ହୋଇଥିଲା ।

Advertisement

ଯାହାକୁ ନେଇ ପୋଲିସ ପ୍ରଶାସନ ଉପସ୍ଥିତରେ ସମାଧାନ ହୋଇ କୁଚିଣ୍ଡା ମାଲିକଙ୍କ ମଧ୍ୟ ଏକ ବସ ଚାଳିଲା ଏହା ପରେ କୁଚିଣ୍ଡାରୁ ଚାଲୁଥିବା ବସକୁ ଝାରସୁଗୁଡା ବସ ସଂଘ ଉକ୍ତ ବସକୁ ଛିଡା କରାଇ ଦେଇଥିଲେ।ଏହା କୁ ନେଇ କୁଚିଣ୍ଡା ଘରୋଇ ବସ ମାଲିକ ସଂଘ। କୁଚିଣ୍ଡା ଠାରୁ ଘରୋଇ ବସ ଚଳାଚଳ ବନ୍ଦ ହେଲେ, କୁଚିଣ୍ଡା- ଝାରସୁଗୁଡା, କୁଚିଣ୍ଡା-ସମ୍ବଲପୁର, କୁଚିଣ୍ଡା- ଦେବଗଡ଼, କୁଚିଣ୍ଡା- ସୁନ୍ଦରଗଡ ଏବଂ କୁଚିଣ୍ଡା- ରାଉରକେଲା ଯାତାୟାତ ପ୍ରଭାବିତ ହେବ।

Leave a Reply

Your email address will not be published. Required fields are marked *