Pratidin TV

Odisha's Digital News Platform

ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ ; ରାସ୍ତାରେ ପଡିଛି ବାଇକ୍ ,ଚପଲ ଓ ବ୍ୟାଗ୍ …

କେନ୍ଦ୍ରାପଡା ; ପ୍ରଥମେ କଟକ ବାଙ୍କିର ଫାଇନାନ୍ସ ମ୍ୟାନେଜର ଆଉ ଏବେ ଏକ ଘରୋଇ ଫାଇନାସିଆଲ ସଂସ୍ଥା ର ଋଣ ଆଦାୟକାରୀ ଙ୍କୁ ଅପହରଣ ଅଭିଯୋଗ ହୋଇଛି । ଏମିତି ଏକ ଖବର ଆସିଛି ତନ୍ତିଆ ପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବାବର ଅଞ୍ଚଳ ରୁ । ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ରାଜଗଡ଼ ଗ୍ରାମର ସ୍ୱାଗତ ସାମଲ।

ଗତକାଲି ସ୍ୱାଗତ ତନ୍ତିଆପାଳ ଥାନା ବାବର ଅଞ୍ଚଳକୁ କିସ୍ତି ପଇସା ଆଦାୟ କରିବାକୁ ଆସିଥିଲେ। ସନ୍ଧ୍ୟାବେଳେ ବାବର ଆଇ ବି ଛକ ପାଖରେ ଏକ ମୋଟର ସାଇକେଲ ଥୁଆ ହୋଇଥିବା ଲୋକେ ଦେଖିଥିଲେ । ଏହା ସହ ବାଇକ୍‌ଠୁ କିଛି ଦୂରରେ ବ୍ୟାଗ ଆଉ ଚପଲ୍ ପଡିଥିବାର ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ଏହି ବାଇକ୍ଟି ସ୍ୱାଗତଙ୍କର ଚିହ୍ନିଥିଲେ।

ଏନେଇ ସ୍ୱାଗତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସ୍ୱାଗତଙ୍କୁ ଫୋନ୍ କରିଥିଲେ। ହେଲେ ସ୍ୱାଗତଙ୍କ ଫୋନ୍ ସୁଇଚଅଫ୍ ଆସିଥିଲା। ଏନେଇ ପରିବାର ଲୋକେ ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ଭିତରେ ୧୨ଘଣ୍ଟା ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ସ୍ୱାଗତ ଙ୍କ କିଛି ସନ୍ଧାନ ମିଳି ପାରିନାହିଁ । ଅନ୍ୟପଟେ ଆମ ରିପୋର୍ଟର ତନ୍ତିଆ ପାଳ ଥାନା ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଯୋଗାଯୋଗ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *