Pratidin TV

Odisha's Digital News Platform

ଲ୍ୟାଣ୍ଡ କରୁ କରୁ ୨ଖଣ୍ଡ ହୋଇଗଲା ଉଡାଜାହାଜ,ଜାଣନ୍ତୁ ଏହାର କାରଣ..

1 min read


ମୁମ୍ବାଇ: ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଆଉ ଏହି ବର୍ଷା ଯୋଗୁଁ ଘଟିଗଲା ବଡ ଦୁର୍ଘଟଣା । ଗତକାଲି ବର୍ଷା ଯୋଗୁଁ ମୁମ୍ବାଇରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଗୋଟିଏ ଘରୋଇ ଚାର୍ଟାର୍ଡ ବିମାନ ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ଡ କରୁଥିବା ବେଳେ ରନୱେରୁ ଖସି ଯାଇଛି । ବିମାନଟି ରନୱେରୁ ଖସିବା ପରେ ହିଁ ଦୁଇ ଖଣ୍ଡ ହୋଇଯାଇଥିଲା । ଏହାପରେ ବିମାନରେ ସାଙ୍ଗେ ସାଙ୍ଗେ ନିଆଁ ମଧ୍ୟ ଲାଗି ଯାଇଛି ।ପ୍ଲେନଟି କ୍ରାଶ ହେବା ବେଳେ ବିମାନରେ ୬ ଜଣ ଯାତ୍ରୀ ଓ ଦୁଇ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୮ ଜଣ ଲୋକ ରହିଥିଲେ । ଏହି ଦୁର୍ଘଟଣାରେ ସମସ୍ତେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ଅବସ୍ଥା ବର୍ତ୍ତମାନ ସୁଦ୍ଧା କିଭଳି ଅଛି ସେ ନେଇ କୌଣସି ସୂଚନା ମିଳି ପାରି ନାହିଁ ।

ତେବେ ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଟି ମୁମ୍ବାଇ ଏୟାରପୋର୍ଟର ରନୱେ ନମ୍ବର ୨୭ ନିକଟରେ ଘଟିଛି । ମୁମ୍ବାଇ ଏୟାରପୋର୍ଟରୁ ମିଳିଥିବା ଏହି ଦୃଶ୍ୟରେ ଦେଖିବାକୁ ମିଳୁଛି ଯେ ରନ ୱେ କଡ଼ରେ ବିମାନ ଭାଙ୍ଗି ପଡିଥିବା ବେଳେ ତାର କିଛି ଅଂଶ ଜଳି ପୋଡି ଯାଇଛି ଆଉ ବାକି କିଛି ଅଂଶ ପଡ଼ି ରହିଛି । ଏଥିରୁ ନିଆଁ ବାହାରୁ ଥିବା ବେଳେ ଅଗ୍ନିଶମ ବାହିନୀ ଏହାକୁ ଲିଭାଇବା ପାଇଁ ଚେଷ୍ଟା କରୁଛି । ନିଆଁ ଲିଭାଇବାକୁ ସେମାନଙ୍କୁ ଅନେକ ସମୟ ମଧ୍ୟ ଲାଗିଥିଲା ।ଏନେଇ ଡିଜିସିଏ କହିଛି ଯେ ଦୁର୍ଘଟଣାଗ୍ରସ୍ତ ଚାର୍ଟାର୍ଡ ବିମାନଟି ବେଙ୍ଗାଲୁରୁ ଭିତ୍ତିକ ଭିଏସ୍‌ଆର ଭେନଚର ସଂସ୍ଥାର ଲିୟରଜେଟ ୪୫ଏୟାରକ୍ରାଫ୍ଟ VT-DBL ଅଟେ । ଏହା ବୀର ନାଁରେ ମଧ୍ୟ ବେଶ ପରିଚିତ । ବିମାନଟି ଆନ୍ଧ୍ର ପ୍ରଦେଶର ବିଶାଖାପଟନମରୁ ମୁମ୍ବାଇ ଅଭିମୁଖେ ଆସିଥିଲା । କିନ୍ତୁ ଏଠାରେ ଲ୍ୟାଣ୍ଡ ବେଳେ ପ୍ରବଳ ବର୍ଷା ଯୋଗୁଁ ଦୁର୍ଘଟଣା ଘଟିଛି ।

Advertisement

ସୂଚନାମୁତାବକ ମୁମ୍ବାଇରେ ପ୍ରବଳ ବର୍ଷା ଓ ଦୁର୍ଘଟଣା ଯୋଗୁ ଏହି ରନୱେଟି କିଛି ମିନିଟ ପାଇଁ ବନ୍ଦ ରହିଥିଲା । ଏଥିଯୋଗଁ ଭିସ୍ତାର ଏୟାରଲାଇନ୍ସର ଗୋଟିଏ ବିମାନକୁ ଗୋଆର ମୋପା ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା । ଏହି ବିମାନଟି ଉତ୍ତରାଖଣ୍ଡରୁ ମୁମ୍ବାଇ ଆସିବାର ଥିଲା । ବର୍ଷା ଯୋଗୁଁ ଲ୍ୟାଣ୍ଡ କରିବାରେ ପାଇଲଟଙ୍କୁ ଅସୁବିଧାର ସମ୍ମୁଖୀନ ହେବା କୁ ପଡିବ ବୋଲି ଏହାକୁ ଡାଇଭର୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *