Pratidin TV

Odisha's Digital News Platform

ଘରୋଇ ନସିଂହୋମ୍ ନେଇଗଲା ଶିଶୁର ଜୀବନ….

1 min read

ସମ୍ବଲପୁର ; ସମ୍ବଲପୁର ସହରରେ ଏକ ନବଜାତ ଶିଶୁର ମୃତ୍ୟୁ କୁ ନେଇ ଘରୋଇ ନର୍ସିଙ୍ଗହୋମରେ ଉତେଜନା ପରିସ୍ଥିତି । ଏପରିକି ନବଜାତ ଶିଶୁ ମୃତ୍ୟୁ କୁ ନେଇ ଅଇଁଠାପାଲି ଥାନାରେ ୨ ଗୋଟି ମାମଲା ରୁଜୁ ହେବା ପରେ ପୋଲିସ ଘଟଣା ନେଇ ଅଧିକ ତଦନ୍ତ ଆରମ୍ଭ କରିଛି । କାଳ ସାଜିଲା ଘରୋଇ ନର୍ସିଙ୍ଗ ହୋମ, ନେଇଗଲା ନିଷ୍ପାପ ଶିଶୁର ଅମୁଲ୍ୟ ଜୀବନ । ମାତ୍ର ଦୁନିଆ କୁ ଚାରିଦିନ ହେବ ଜନ୍ମ ନେଇ ଆସିଥିବା ଶିଶୁ ଟିକୁ ଉପଯୁକ୍ତ ଚିକିତ୍ସା ନମିଳିବାରୁ ତାର ଜୀବନ ଚାଲିଗଲା । ଏବେ ମୃତ ଶିଶୁପାଇଁ ଦାଈ ନର୍ସିଙ୍ଗ ହୋମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ନ୍ୟାୟ ମାଂଗୁଛନ୍ତି ମୃତ ନବଜାତ ଶିଶୁ ର ପରିବାର । ଏପରି କିଛି ଘଟଣା ଘଟିଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ସହରରେ ଏକ ଘରୋଇ ନର୍ସିଙ୍ଗ ହୋମ ରେ । ଚିକିତ୍ସା ଅଭାବରୁ ଜଣେ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ସହରର ଗୋବିନ୍ଦତୋଳା ଅଞ୍ଚଳରେ ରହୁଥିବା ଜଣେ ମହିଳା ସହରର ଅଇଁଠାପାଲି ନିକଟରେ ଥିବା ଆସ୍ଥା ନାମକ ଏକ ଘରୋଇ ନର୍ସିଙ୍ଗ ହୋମରେ ଜଣେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ନର୍ସିଙ୍ଗ ହୋମରେ ନବଜାତ ଶିଶୁ ର ଉପଯୁକ୍ତ ଚିକିତ୍ସା ଅଭାବରୁ ଗତକାଲି ରାତିରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ନର୍ସିଙ୍ଗ ହୋମରେ ଉତେଜନା ପରିସ୍ଥିତି ସୃଷ୍ଟି ହେବା ସହ ନର୍ସିଙ୍ଗ ହୋମ କର୍ତ୍ତୃପକ୍ଷ ଙ୍କ ଅବହେଳା ତଥା ଉପଯୁକ୍ତ ଚିକିତ୍ସା ଅଭାବ ତଥା ଦାଇତ୍ୱହୀନତା ପାଇଁ ଶିଶୁ ର ମୃତ୍ୟୁ ହୋଇଥିବା ନେଇ ନର୍ସିଙ୍ଗ ହୋମ ବିରୋଧ ରେ ମୃତ ଶିଶୁ ର ପରିବାର ଲୋକେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ନର୍ସିଙ୍ଗ ହୋମ କର୍ତ୍ତୃପକ୍ଷ ଚିକିତ୍ସା ଅବହେଳା ଅଭିଯୋଗ କୁ ଖଣ୍ଡନ କରୁଛନ୍ତି । ଏଥିସହ ଶିଶୁ ଜନ୍ମ ପାଇଁ ନିର୍ଦ୍ଧାରିତ ହୋଇଥିବା ତାରିଖରୁ ୨୦ ଦିନ ପୂର୍ବରୁ ଶିଶୁ ଜନ୍ମ ନେଇଥିବା ବେଳେ ତାର ଓଜନ ମାତ୍ର ୨ କେଜି ୨୦୦ ଗ୍ରାମ ଥିଲା । ଏଥିସହ ନବଜାତ ଶିଶୁ କୁ ନର୍ସିଙ୍ଗ ହୋମ ପକ୍ଷରୁ ସମସ୍ତ ପ୍ରକାର ଯତ୍ନ ନିଆଯାଉଥିଲା । ତେବେ ନବଜାତ ଶିଶୁର ମୃତ୍ୟୁ ଏକ ଆକସ୍ମିକ ଘଟଣା ହୋଇଥିବା ବେଳେ ଏହାକୁ ନେଇ ନର୍ସିଙ୍ଗ ହୋମ କୁ ଦୋଷ ଦେବା ଉଚିତ ନୁହେଁ ବୋଲି ନର୍ସିଙ୍ଗହୋମ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ କରଣ କରିଛନ୍ତି । ଏହାସହ ଶିଶୁ ମୃତ୍ୟୁ ଘଟଣା ପରେ ମୃତ ଶିଶୁର ସମ୍ପର୍କୀୟ ମାନେ ଡାକ୍ତରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଇଁଠାପାଲି ଥାନାରେ ପାଲଟା ଅଭିଯୋଗ କରାଯାଇଛି ।

Advertisement

ନବଜାତ ଶିଶୁର ମୃତ୍ୟୁକୁ ନେଇ ଅଇଁଠାପାଲି ଥାନାରେ ୨ ଟି ମାମଲା ରୁଜୁ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ଶିଶୁର ଶବ ବ୍ୟବଛେଦ ହେବା ପରେ ପରବର୍ତୀ ପଦକ୍ଷେପ ନେବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *