Pratidin TV

Odisha's Digital News Platform

ପ୍ରଶଂସକଙ୍କ ହୃଦୟ ଜିତିଲେ ପ୍ରିୟଙ୍କା ଚୋପ୍ରାଙ୍କର ପରିବାରର କ୍ୱାଲିଟି ମୁହୂର୍ତର ଫଟୋ।

1 min read

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ଏବେ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରହୁଛନ୍ତି | ନିକଟରେ ଏବେ ବିଗ୍ ବସ୍ ୧୭ର ଫାଇନାଲ୍ ରେ ତାଙ୍କ ଭଉଣୀ ମନ୍ନାରା ଚୋପ୍ରାଙ୍କୁ ପହଞ୍ଚିବା ପାଇଁ ତାଙ୍କୁ ଶୁଭକାମନା ପୋଷ୍ଟ ମାଧ୍ୟମରେ ଜଣାଇଥିଲେ | ତାହା ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ଖାସ କଥା ଏହା କି ଗୋଟେ ଫଟୋରେ ମାଲତୀ ମ୍ୟାରୀ ଚୋପ୍ରା ଜୋନାସ୍ ଜେଜେବାପା କେଭିନ ଜୋନାସଙ୍କ ସହ ଦେଖିବାକୁ ମିଳିଥିଲା, ଯାହା ପ୍ରଶଂସକଙ୍କ ପାଇଁ ବୋନସଠାରୁ କିଛି କମ ନୁହେଁ |ଏହି ଫଟୋରେ ଫ୍ୟାନ୍ସମାନେ ବହୁତ ଭଲ ପାଇବା ଦେବାର ନଜର ଆସିଥିଲା | ନୂଆ ଦିନ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସହିତ ଛୁଟିଦିନର ଫଟୋ ସେୟାର କରିଛନ୍ତି।

ଇନଷ୍ଟାଫାମ ପାଇଁ କାଲିଫର୍ନିଆର ସାନ୍ତା ବାରବରା, କାଲିଫର୍ନିଆର ଏକ ଫଟୋରେ ସ୍ୱାମୀ ନିକ ଜୋନାସ ମ୍ୟାରୀ ସହିତ ପ୍ରିୟଙ୍କା ଚୋପ୍ରା କ୍ୱାଲିଟି ସମୟ ବିତାଉଥିବାର ନଜର ଆସିଛି | ପୋଷ୍ଟରେ ନିକଙ୍କ ଭାଈ ଫ୍ରାଙ୍କଲିନ୍ ଜୋନାସ୍ ଏବଂବାପା କେଭିନ୍ ଜୋନାସଙ୍କ ଫଟୋ ମଧ୍ୟ ରହିଛି | ଯାହା ଫ୍ୟାନ୍ସ ମାନଙ୍କର ଧ୍ୟାନକୁ ଆକର୍ଷିତ କରୁଥିଲା | କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି,’ପୁରା ଦିଲ,ପୁରା ପେଟ’ |ଏହି ମନ୍ତବ୍ୟରେ ଫ୍ରାଙ୍କଲିନ୍ ଜୋନାସ୍ ଲେଖିଛନ୍ତି ଯେ ଏହା ମୋର ବରଗର। ଏହି କମେଣ୍ଟରେ ଫ୍ୟାନ୍ସ ହାର୍ଟ ଏମୋଜି ଦେଇଥିଲେ |

ଏହା ପୂର୍ବରୁ ଅଭିନେତ୍ରୀ ପ୍ରିୟଙ୍କା ଝିଅ ମାଲତୀ ମ୍ୟାରୀଙ୍କର ଦ୍ୱିତୀୟ ଜନ୍ମଦିନର କିଛି ଫଟୋ ସେଆର କରିଥିଲେ,ଯେଉଁଥିରେ ଏଲମୋ-ଥିମ୍ ଜନ୍ମଦିନ ପାର୍ଟିର ଝଲକ ଦେଖିବାକୁ ମିଳିଥିଲା। ସେହି ଫଟୋ ଫ୍ୟାନ୍ସଙ୍କର ହୃଦୟ ଜିତିଦେଇଥିଲା | ସୂଚନା ଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସରୋଗେସି ମାଧ୍ୟମରେ ଜାନୁଆରୀ ୨୦୨୨ରେ ନିଜ ଝିଅ ମାଲତୀ ମ୍ୟାରୀର ସ୍ୱାଗତ କରିଥିଲେ |

Leave a Reply

Your email address will not be published. Required fields are marked *