Pratidin TV

Odisha's Digital News Platform

ପୁଣି ପ୍ରଶଂସକଙ୍କ ହୃଦୟ ଜିତିଲେ ପ୍ରିୟଙ୍କା : ଦେଖାଇଲେ ଝିଅର ପ୍ରଥମ ଝଲକ , ଭାଙ୍ଗିଲେ ବଲିଉଡ୍‌ର ପୁରୁଣା ଟ୍ରେଣ୍ଡ …..

ନୂଆଦିଲ୍ଲୀ : ପ୍ରଥମଥର ଝିଅର ମୁହଁ ଦେଖାଇଲେ ପ୍ରିୟଙ୍କା । ପାର୍ଟିରେ ମାଲତୀର ମୁହଁ କଲେ ସାର୍ବଜନୀନ । ବାପାଙ୍କୁ ଷ୍ଟେଜରେ ଦେଖି ଖୁସିରେ ଝୁମିଲେ ମାଲତୀ । ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଆଜିକାଲି ଝିଅ ମାଳତୀ ମେରି ସହ ସମୟ ବିତାଉଛନ୍ତି । ଉଭୟଙ୍କୁ ଅନେକ ପାର୍ଟିରେ ମଧ୍ୟ ଦେଖିବାକୁ ମିଳୁଛି । ଜନ୍ମ ପରଠାରୁ ମାଳତୀଙ୍କ ଚେହେରା ଗଣମାଧ୍ୟମ ଆଗରେ ଲୁଚାଉଥିବା ପ୍ରିୟଙ୍କା ନିକଟରେ ଏକ ପାର୍ଟିରେ ଝିଅ ମୁହଁ ସାର୍ବଜନୀନ କରିଛନ୍ତି ।

ଜାନୁଆରୀ ୩୦ରେ ଝିଅକୁ ନେଇ ଏକ ଇଭେଂଟ ଆସିଥିଲେ ପ୍ରିୟଙ୍କା । ଏଠାରେ ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ତାଙ୍କ ଭାଇମାନେ ସେମାନଙ୍କର ହଲିଉଡ ୱାଲ ଅଫ ଫେମ ଷ୍ଟାର ପୁରସ୍କାର ପାଇଥିଲେ । ଏହି ଇଭେଂଟରେ ଏକ କ୍ରିମ ସ୍ୱେର୍ଟ ଏବଂ ମ୍ୟାଚିଙ୍ଗ୍ ସର୍ଟସ ପିନ୍ଧିଥିଲେ ମାଳତୀ । ପ୍ରିୟଙ୍କା ତାଙ୍କୁ କୋଳରେ ଧରି ବହୁତ ଖୁସି ନଜର ଆସିଥିଲେ । ହଲିଉଡ ୱାକ ଅଫ ଫେମ ଇଭେଂଟରୁ ମାଳତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରିୟଙ୍କା ସରୋଗେସି ମାଧ୍ୟମରେ ଜାନୁଆରୀ ୧୫, ୨୦୨୧ରେ ଝିଅ ଜନ୍ମ ଦେଇଥିଲେ । ପ୍ରିୟଙ୍କା ଖୁବଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ତାଙ୍କର ପ୍ରଥମ ୱେବ ସିରିଜ ସିଟାଡେଲ ରେ ନଜର ଆସିବେ । ଏହାସହ ହଲିଉଡ୍ ଫିଲ୍ମ ଲଭ ଏଗେନ୍ ଏବଂ ଏଣ୍ଡିଙ୍ଗ ଥିଙ୍ଗ୍ସ ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ।

ଏବେ ଝିଅ ମାଳତୀଙ୍କ ମୁହଁ ଦେଖାଇ ପ୍ରଶଂସକଙ୍କ ହୃହୟ ପୁଣିଥରେ ଜିତିଛନ୍ତି ପ୍ରିୟଙ୍କା । କାରଣ ବଲିଉଡ୍‌ରେ ଚାଲିଥିବା ଏକ ଟ୍ରେଣ୍ଡକୁ ଭାଙ୍ଗିଛନ୍ତି ସେ । ଅନୁଷ୍କା ଶର୍ମା , ଆଲିଆ ଭଟ୍ଟ ଓ ବିପାଶ ବସୁ ନିଜ ନିଜ ଶିଶୁ ମାନଙ୍କ ମୁହଁ ଏଯାଏଁ ନିଜ ପ୍ରଶଂସକମାନଙ୍କ ପାଖରୁ ଲୁଚାଇରଖିଥିଲେ ମଧ୍ୟ ତାଙ୍କର ଏଭଳି ଟ୍ରେଣ୍ଡକୁ କାଟି ଝିଅ ମାଳତୀର ମୁହଁ ଦୁନିଆ ସାମ୍ନାରେ ରିଭିଲ୍ କରିଛନ୍ତି ପ୍ରିୟଙ୍କା । ଯାହାକୁ ନେଇ ବର୍ତ୍ତମାନ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *