ପିଲାବେଳେ ଏମିତି ଦିଶୁଥିଲେ ପ୍ରିୟଙ୍କା , ସେୟାର କରି କହିଲେ ମୋତେ ଟ୍ରୋଲ କରିବନି …
1 min readବଲିଉଡ ଦର୍ଶକ ହୁଅନ୍ତୁ କିମ୍ବା ଓଲିଉଡ ଦର୍ଶକ, ସମସ୍ତେ ନିଜ ନିଜ ପ୍ରିୟ କଳାକାରଙ୍କ ବିଷୟରେ ଜାଣିବାକୁ ସବୁବେଳେ ଉତ୍ସାହିତ ରହିଥାଆନ୍ତି। ସେହିପରି ସୋସିଆଲ ମିଡ଼ିଆରେ ସେଲିବ୍ରିଟିଙ୍କୁ ନେଇ ଅନେକ ଜିନିଷ ଭାଇରାଲ ହୁଏ। କେବେ କୌଣସି ସେଲିବ୍ରିଟିଙ୍କ ହଟ୍ ଫଟୋ ତ ଆଉ କେବେ ସେଲିବ୍ରିଟିଙ୍କ ପିଲାବେଳ ଫଟୋ। ଯାହାକୁ ଖୁବ୍ ପସନ୍ଦ କରନ୍ତି ଫ୍ୟାନ୍ସ। ବର୍ତ୍ତମାନ ବଲିଉଡରୁ ହଲିଉଡ ଯାତ୍ରା କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ତାଙ୍କ ପିଲାବେଳର ଫୋଟୋ ସେୟାର କରିଛନ୍ତି ।
ଏହି ଫଟୋ ତାଙ୍କ ୯ବର୍ଷ ବୟସର ରହିଛି। ପ୍ରିୟଙ୍କା ଚୋପ୍ରା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଚେତାବନୀ: ମୋର ୯ ବର୍ଷର ବୟସକୁ ଦୟାକରି ଟ୍ରୋଲ କରିବ ନାହିଁ। ସେ ଆହୁରି ଲେଖିଛନ୍ତି, ‘ବାମ ପାର୍ଶ୍ୱରେ ଥିବା ବାଳିକା ଜଣକ ହେଉଛି ମୁଁ। ବୟକଟ କେଶ କାଟିଛି। ଏହା ମୋ ସ୍କୁଲ ସମୟର। ସବୁବେଳେ ମୋ ମା’ ମୋର ଏପରି କୋଶ କାଟି ଦେଉଥିଲେ। ଡାହାଣପାର୍ଶ୍ବରେ ଥିବା ଫଟୋଟି ମୋ ୧୭ବର୍ଷ ବୟସର। ସେତେବେଳ ମୁଁ ୨୦୦୦ ମସିହାରେ ମିସ ଇଣ୍ଡିଆର ପୁସ୍ତକ ଜିତିଥିଲି। ଏଥିରେ ମୋର କେଶସଜ୍ଜା, ମେକଅପ ଓ ପୋଷାକ ଉଜ୍ଜ୍ବଳ ଦିଶୁଛି। ଦୁଇଟି ଫଟୋ ଏକଦଶକରୁ କମ ସମୟ ମଧ୍ୟରେ ଉଠାଇଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଯାହାବି କିଛି ସଫଳତା ପାଇଛି ସେଥିପାଇଁ ମୋତେ ଖୁବ ସଂଘର୍ଷ ଓ ପରିଶ୍ରମ କରିବାକୁ ପଡ଼ିଛି। ଅନେକ ଆଘାତର ଶିକାର ବି ହୋଇଛି। କିନ୍ତୁ ସବୁକିଛି କୁ ପଛ କରି ମୋର ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲି।