Pratidin TV

Odisha's Digital News Platform

ୱାୟନାଡରୁ ନାମାଙ୍କନ ଭରିଲେ ପ୍ରିୟଙ୍କା..

1 min read

ୱାୟନାଡରୁ ନାମାଙ୍କନ ଭରିଲେ ପ୍ରିୟଙ୍କା ଗାନ୍ଧୀ । ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ।ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି । ନାମାଙ୍କନ ଭରିବା ସମୟରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ବହୁ ହେବିୱେଟ୍ ନେତା ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ । ତେବେ ନାମାଙ୍କନ ଭରିବା ପୂର୍ବରୁ ପ୍ରିୟଙ୍କା ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ନାମାଙ୍କନ ଦାଖଲ ପରେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ କଲ୍ଲେପଟ୍ଟା ନ୍ୟୁ ବସ୍‌ ଷ୍ଟାଣ୍ଡ ନିକଟରୁ ଏକ ରୋଡ ଶୋ’କରିବା ନେଇ ସୂଚନା ରହିଛି । ନଭେମ୍ବର ୧୩ ତାରିଖରେ ୱାୟନାଡ ଉପନିର୍ବାଚନ ହେବ ଏବଂ ୨୩ ତାରିଖରେ ମତଦାନ ଗଣତି ଏବଂ ଫଳାଫଳ ପ୍ରକାଶ ପାଇବ । ତେବେ ଯଦି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଜିତୁଛନ୍ତି ସେ ପ୍ରଥମ ଥର ସଂସଦକୁ ଯିବେ। ଫଳରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର ୩ ସଦସ୍ୟ ସୋନିଆ ଓ ତାଙ୍କ ପୁଅଝିଅଙ୍କୁ ଏକ ସଙ୍ଗେ ସଂସଦରେ ନଜର ଆସିବେ ।

Advertisement

Leave a Reply

Your email address will not be published. Required fields are marked *