ପ୍ରିୟଙ୍କା ଗାନ୍ଧୀଙ୍କୁ କରୋନା: ବାତିଲ କଲେ ଲକ୍ଷ୍ନୌ ଯାତ୍ରା
1 min readନୂଆଦିଲ୍ଳୀ: କଂଗ୍ରେସ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ପରେ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରିୟଙ୍କାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ନିଜକୁ ଆଇସୋଲେଟ୍ କରିବା ସହିତ ନିଜର ଲକ୍ଷ୍ନୌ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ପ୍ରିୟଙ୍କା ଗାନ୍ଧୀ ବୁଧବାର ଲକ୍ଷ୍ନୌ ଯାତ୍ରା ବାତିଲ କରି ଦିଲ୍ଲୀ ଫେରିଥିଲେ। ଏହା ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରିୟଙ୍କା ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି।
କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା ଗୁରୁବାର ଦିନ ସୋନିଆ ଗାନ୍ଧୀ ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ। ସେ କହିଥିଲେ ଯେ ଅତୀତରେ କଂଗ୍ରେସ ସଭାପତିଙ୍କୁ ଭେଟିଥିବା ଅନେକ ନେତା ଓ କର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।
ମଙ୍ଗଳବାର ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ନିକଟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ହାଜର ହେବ ପୂର୍ବରୁ ବୁଧବାର କଂଗ୍ରେସର ଅନ୍ତରୀଣ ମୁଖ୍ୟ କରୋନା ସଂକ୍ରମିତ ହୋଇଥିଲେ । ସଂକ୍ରମିତ ହୋଇଥିବା ନେଇ ସୋନିଆ ସୂଚନା ଦେବା ସହିତ ନିଜକୁ ଆଇସୋଲେଟ୍ କରି ରଖିଥିବା ବେଳେ ପ୍ରିୟଙ୍କା ମଧ୍ୟ ଆଇସୋଲେସନରେ ଅଛନ୍ତି ।