Pratidin TV

Odisha's Digital News Platform

ବିଗିଡିଯାଇଛି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାସ୍ଥ୍ୟବସ୍ଥା , ହସ୍ପିଟାଲରେ ହେଲେ ଭର୍ତ୍ତି ..

1 min read

ବିଗିଡିଯାଇଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା । ହସ୍ପିଟାଲ ବେଡ୍ ରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ ନିଜେ ଏ ନେଇ ଏକ ଟୁଇଟ୍ କରି ସୂଚନା ଶେୟାର କରିଛନ୍ତି । ପ୍ରିୟଙ୍କା ଟୁଇଟ୍ କରି କହିଛନ୍ତି ଯେ “ମୁଁ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଉତ୍ତରପ୍ରଦେଶରେ ପହଞ୍ଚିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲି, କିନ୍ତୁ ଅସୁସ୍ଥତା ହେତୁ ମୋତେ ଆଜି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା” ତେବେ ସେ କହିଛନ୍ତି , ସୁସ୍ଥ ହେବା ପରେ ସେ ପୁଣି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବେ ।

ସେ ନିଜ ଟୁଇଟରରେ ଏହା ଉଲ୍ଲେଖ କରି ଲେଖିଛନ୍ତି, ମୁଁ ଟିକିଏ ଭଲ ହେବା ମାତ୍ରେ ଏହି ଯାତ୍ରାରେ ଯୋଗଦେବି । ସେ ପର୍ଯ୍ୟନ୍ତ ମୁଁ ଚାନ୍ଦୌଲିି-ବନାରସରେ ପହଞ୍ଚୁଥିବା ସମସ୍ତ ଯାତ୍ରୀ, ମୋର ସହକର୍ମୀ ତଥା ଉତ୍ତରପ୍ରଦେଶର ପ୍ରିୟ ଭାଇ ଭଉଣୀ ଯେଉଁମାନେ କାମ ପାଇଁ ଯତ୍ନ ସହକାରେ ପ୍ରସ୍ତୁତ ହେଉଛନ୍ତି । ମୁଁ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ତେବେ ତାଙ୍କର ଦେହ ଅସୁସ୍ଥ ଥିବା ଖବର ଶୁଣିବା ପରେ କଂଗ୍ରେସ କର୍ମୀମାନେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *