ପରିଣୀତିଙ୍କ ବାହଘରକୁ ଆସିବେନି ଭଉଣୀ ଭିଣୋଇ, ପୋଷ୍ଟ କରି ଲେଖିଲେ ଏମିତି…
1 min readମୁମ୍ବାଇ: ଅନେକ ଦିନଧରି ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିବା ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଆସନ୍ତା କାଲି ବିବାହ ବନ୍ଧନରେ ବାନ୍ଧି ହେବେ । ସେଥିପାଇଁ ସରିଲାଣି ସବୁ ପ୍ରସ୍ତୁତି । ଆଉ ବିବାହ କାର୍ଯ୍ୟକୁ ସୁରୁଖରୁରେ ସମ୍ପାଦନ କରିବା ପାଇଁ ଦୁଇ ପରିବାର ମଧ୍ୟ ବେଶ ଚଳଚଞ୍ଚଳ ରହିଛନ୍ତି । କାରଣ ପରିଣତି ଜଣେ ଅଭିନେତ୍ରୀ ଏବଂ ରାଘବ ଜଣେ ରାଜନେତା ହୋଇଥିବା ବେଳେ ସେମାନଙ୍କ ବିବାହ ଉତ୍ସବରେ ଅନେକ ଅତିଥି ତଥା ପିଲ୍ମ ଷ୍ଟାର ମାନେ ଯୋଗଦେବେ । ଆଉ ଆଜିଠୁ ଦୁହିଁଙ୍କ ଘରେ ଅତିଥି ମାନଙ୍କର ଗହଳି ଚହଳି ଲାଗିଲାଣି । ବିାବହ ପାଇଁ ଦୁଇ ପରିବାର ମଧ୍ୟ ଉଦୟପୁର ରେ ପହଞ୍ଚିଛନ୍ତି । ଆଉ ସମସ୍ତେ ଏହି ବାବହ ଉତ୍ସବକୁ ନେଇ ବେଶ ଖୁସି ଅଛନ୍ତି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପରିଣୀତି ଓ ରାଘବଙ୍କ ବିବାହକୁ ଆସିବେନି ଭଉଣୀ ପ୍ରୟଙ୍କା ଓ ଭିଣୋଇ ନିକ୍ । ସମସ୍ତ ଅତିଥି ବିାବହ କାର୍ଯ୍ୟରେ ଯୋଗ ଦେଉଥିବା ବେଳେ ପ୍ରିୟଙ୍କାଙ୍କ ଅନୁପସ୍ଥିତି ରହିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ପ୍ରୟଙ୍କା ବିାବହ କାର୍ଯ୍ୟରେ ଉପସ୍ଥିତ ନ ରହିବା ନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ସେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ମୁ ଆଶା କରେ ତୁମେ ତୁମ ଜୀବନର ସବୁଠାରୁ ବଡ ଦିନରେ ବହୁତ ଖୁସି ରୁହ । ତୁମକୁ ସବୁବେଳେ ଭଲପାଇବା ମିଳୁ ଏହା ମୋର ଇଚ୍ଛା । ତେବେ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ କେବଳ ପ୍ରିୟଙ୍କା ଚୋପ୍ରା ଯୋଗଦେଇଥିବା ବେଳେ ସେଠାରେ ନିକ ଜୋନସ୍ଙ୍କୁ ଦେଖିବାକୁ ମିଳିନଥିଲା । ଆଉ ବର୍ତ୍ତମାନ ଉଭୟ ଦମ୍ପତ୍ତି ବିାବହ ଉତ୍ସବରେ ଉପସ୍ଥିତ ରହିବେନି ବୋଲି ସ୍ପଷ୍ଟ କରିଛନ୍ତି । ଏପଟେ ନିଜ ବିବାହରେ ଭଉଣୀ ଭିଣୋଇଙ୍କ ଅନୁପସ୍ଥିତି ଖବର ପାଇବା ପରେ ପରିଣିତିଙ୍କ ପକ୍ଷରୁ କୈାଣସୀ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ।
ତେବେ ଗତକାଲି ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ବେଳେ ଆଜି ମଧ୍ୟ ବିବାହ ରିତିନତୀ କାର୍ଯ୍ୟ ଜାରୀ ରହିଛି । ବିବାହରେ ଯେଉଁ ଲୋକମାନେ ଯୋଗ ଦେବେ ସେମାନଙ୍କୁ ଫୋନ କ୍ୟାମେରା ବାରଣ କରାଯାଇଛି । ବିବାହ ସମୟରେ ଫଟୋ ଏବଂ ଭିଡିଓ ଉଠାଇ ପାରିବେ ନାହିଁ ।